କରୋନା ଟେଷ୍ଟିଂ ଦେଢ କୋଟି ଟପିଲା , ପ୍ରଶଂସା କଲେ ନବୀନ

74

ଭୁବନେଶ୍ୱର : କୋଭିଡ୍ ଟେଷ୍ଟିଂରେ ମାଇଲଖୁଂଟ ସ୍ଥାପନ କରିଛି ଓଡ଼ିଶା । ରାଜ୍ୟରେ ୧.୫ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୂଚନା ଦେବା ସହ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅଧିକ ଟେଷ୍ଟିଂ ଓଡ଼ିଶାକୁ କୋଭିଡ୍ ବିରୋଧୀ ଯୁଦ୍ଧରେ ଶକ୍ତିଶାଳୀ କରିଛି । ରାଜ୍ୟରେ ଦୈନିକ ୭୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟିଂ ହେଉଛି ।

Comments are closed.