ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଗିରଫ

57

କନ୍ଧମାଳ : ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରଛି ପୋଲିସ । ସୂଚନା ଅନୁସାରେ, ଟିକାବାଲି ଥାନା ଅଂଚଳରେ ଥିବା ଛତିଝର ଗ୍ରାମର ରୋହିତ ଦେହୁରୀଙ୍କ ଝିଅ ସରିତା ଦେହୁରୀ କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅଂଚଳର ଗୁଟିଙ୍ଗିଆ ଅଂଚଳର ଶ୍ରୀକାନ୍ତ ବୁର୍ଗୀଙ୍କ ପୁଅ ମିଲନ ବୁର୍ଗୀଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରଠାରୁ ସବିତା ଶ୍ୱଶୁର ଘରେ ପହଂଚିବା ପରଠାରୁ ହିଁ ମିଲନ ତାକୁ ନାନା ପ୍ରକାରର ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା । ଏଥିରେ ଅତିଷ୍ଠ ହୋଇ ସରିତା ଆତ୍ମହତ୍ୟା କରିଥିଲା । ଝିଅର ମୃତ୍ୟୁ ପାଇଁ ତାର ସ୍ୱାମୀ ହିଁ ଦାୟୀ ବୋଲି ସରିତାର ବାପା ଟିକାବାଲି ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଟିକାବାଲି ଥାନା ପୋଲିସ ଏକ ମାମଲା ୪୫/୨୧ ଧାରା ୪୯୮ଏ/୩୦୪(ବି) ରୁଜ୍ଜୁ କରିବା ସହିତ ଅଭିଯୁକ୍ତ ମିଲନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟିକାବାଲି ଥାନା ପୋଲିସ ସୂତ୍ରରୁ ପ୍ରକାଶ ।

Comments are closed.