ଏଣିକି ଯୁକ୍ତ ୩ ସିଲାବସ୍ ରେ ‘ବିପର୍ଯ୍ୟୟ ପରିଚାଳନା

87

ନୂଆଦିଲ୍ଲୀ : ପାଠ୍ୟସୂଚୀରେ ରହିବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା । ଗତ ମେ’ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଯୁକ୍ତ ୩ ସମସ୍ତ ଷ୍ଟ୍ରିମ୍ ପ୍ରଥମ ବର୍ଷରେ ଏହାକୁ ପଢାଯିବ । ଏହା ବାଧ୍ୟତାମୂଳକ ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ସାମିଲ ହେବ । ୧୦୦ ମାର୍କ ଯୁକ୍ତ ପେପର ସହ ୪ ୟୁନିଟ ବିଶିଷ୍ଟ ହେବ । ଏନେଇ ଗଣଶିକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବିଷୟକୁ ସାମିଲ କରିବା ପାଇଁ ଓଡିଶା ସରକାର ମେ ମାସ ୨୯ ତାରିଖରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ । ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ସ୍ନାତକସ୍ତରରେ ପ୍ରଚଳିତ ମଡେଲ “ପରିବେଶ ବିଜ୍ଞାନ’ ସିଲାବସ୍କୁ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନାରେ ପରିବର୍ତ୍ତନ କରିଛନ୍ତି ।

Comments are closed.