ଆଇସିଏସ୍ଇ ଦଶମ ଓ ଦ୍ୱାଦଶ ରେଜଲ୍ଟ : ପାସ୍ ହାର ୯୯.୮୬ ପ୍ରତିଶତ

95

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଆଇସିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ଅପରାହ୍ନ ୩ଟା ପରଠାରୁ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେଉଛି । www.cisce.org ୱେବସାଇଟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଦେଖିପାରିବେ । ଆଇସିଏସ୍ଇରେ ପାସ୍ହାର ୯୯.୮୬ ପ୍ରତିଶତ ଥିବା ବେଳେ ଆଇଏସସିରେ ପାସ୍ ହାର ୯୯.୮୬ ରହିଛି । ଆଇସିଏସଇରେ ମୋଟ୍ ୨ ଲକ୍ଷ ୧୯ ହଜାର ୪୯୯ ଜଣ ପିଲା ପରୀକ୍ଷା ଦେଇଥିଲେ । ସେଥିପାଇଁ ୧ ଲକ୍ଷ ୧୮ ହଜାରରୁ ଅଧିକ ଛାତ୍ର ଥିବାବେଳେ ୧ ଲକ୍ଷରୁ ଅଧିକ ଛାତ୍ରୀ ଅଛନ୍ତି ।

କରୋନା ପାଇଁ ଏଥର ଦଶମ ଓ ଦ୍ୱାଦଶ ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷାକୁ ଆଧାର କରି ମାର୍କ ଘୋଷଣା କରାଯାଇଛି । ତେବେ ଚଳିତବର୍ଷର ପରୀକ୍ଷା କୋଭିଡ଼ କଟକଣା ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । କଟକଣା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଗାଇଡ଼୍ଲାଇନ୍କୁ ଅନୁପାଳନ କରି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଣ୍ଣୟ କରାଯାଇଥିଲା । ଅର୍ଥାତ ପୂର୍ବ ପରୀକ୍ଷାକୁ ଦେଖି ମାର୍କ ଦିଆଯାଇଥିଲା । ସେପଟେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି ।

Comments are closed.