ନିଖୋଜ ଦୁଇ ମହିଳାଙ୍କୁ ତୋଟାସାହିରେ ଠାବ କଲା ଗୁଜୁରାଟ ପୋଲିସ

76

ଗଞ୍ଜାମ : ଅହମ୍ମଦାବାଦ ନିକଟବର୍ତି ଅଂଚଳରୁ ଦୁଇ ଜଣ ମହିଳା ନିଖୋଜ ହୋଇଥିବା ନେଇ ଆଦାଓ ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ମହିଳାଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏନେଇ ମାମଲା ଦାୟର୍ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଗୁଜୁରାଟ ପୋଲିସର ଏକ ୫ ଜଣିଆ ଟିମ୍ ଓ ନିଖୋଜ ମହିଳାଙ୍କ ସ୍ୱାମୀ ଗତକାଲି ବ୍ରହ୍ମପୁରରେ ପହଂଚି ଥିଲେ । ସେମାନେ ମହିଳାଙ୍କ ମୋବାଇଲ୍ ଫୋନ୍ ଟ୍ରାକିଂ କରି ବ୍ରହ୍ମପୁରରେ ରହୁଥିବା ଜାଣିପାରିଥିଲେ । ପୋଲିସ ଟିମ୍ ଗୋଷାଣିନୂଆଗାଁ ଥାନା ପୋଲିସ ସହାୟତାରେ ତୋଟାସାହିର ଏକ ଭଡ଼ା ଘରେ ରହୁଥିବା ଦୁଇ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ସହିତ ଆସିଥିବା ଦୁଇ ଯୁବକଙ୍କୁ ପୋଲିସ କାବୁ କରିଥିଲା । ମହିଳାଙ୍କ ସ୍ୱାମୀ ସେମାନଙ୍କୁ ଚିହ୍ନଟ କରିଥିଲେ । ଇଲୁ ପ୍ରଧାନଙ୍କୁ ଗୁଜୁରାଟ ପୋଲିସ ନେଇ ଗୁଜୁରାଟ ହାଇକୋର୍ଟରେ ହାଜର କରିବ । ଗତ ୨୦ ଦିନ ହେବ ଇଲୁ ଦୁଇ ମହିଳା ଓ ଶିଶୁଙ୍କୁ ଆଣି ତୋଟାସାହିରେ ଏକ ଭଡ଼ା ଘରେ ରହିବା ସହ ସେଠାରେ ଏକ ଚା ଦୋକାନ ଖୋଲିଥିବା ଜଣାପଡିଛି ।

Comments are closed.