ଆଜିଠୁ ସ୍କୁଲ ପାଠପଢ଼ା

132

ଭୁବନେଶ୍ୱର : ଆଜି (ସୋମବାର)ଠାରୁ କୋଭିଡ୍ କଟକଣା ମଧ୍ୟରେ ଖୋଲିଛି ସ୍କୁଲ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହେବ । ଏହା ପୂର୍ବରୁ ସ୍କୁଲ ଗୁଡିକରେ ସାନିଟାଇଜେସନ୍ କରାଯାଇଛି ।

ଏହା ସହ ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ, ଗଣଶିକ୍ଷା, ଏସସି/ଏସଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଥଲା । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍ ଓ ଶୌଚାଳୟ ବିଶୋଧନ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା, ହଷ୍ଟେଲ ପରିସରରେ ଗହଳି ଏଡାଇବାକୁ କୁହାଯାଇଛି ।

ଗତ ୧୭ ତାରିଖରେ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ ଯେ ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଛି ସେଠାରେ ପରୀକ୍ଷା ପରେ ଖୋଲାଯିବ । ତେବେ ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ରହିବ । ଏଥିସହ ସମସ୍ତ ଶ୍ରେଣୀର ଅନଲାଇନ୍ କ୍ଲାସ୍ ଜାରି ରହିବ । ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ଖୋଲିବ । ସ୍କୁଲରେ ଖେଳଛୁଟି ହେବନି । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନ ମାନଙ୍କରେ ସ୍କୁଲ ବନ୍ଦ ରହିବ । ପିଲାମାନେ ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲ ଆସି ପାରିବେ । ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତି ନେବେ ।

Comments are closed.