ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

0 66

-ଓଡ଼ିଶାର ପ୍ରଥମ ସହିଦ ଗୋପୀନାଥଙ୍କୁ ଶ୍ରଦ୍ଧାଞ୍ଜଳି

ସାଲେପୁର : ଆଜି ହେଉଛି କାର୍ଗିଲ ବିଜୟ ଦିବସ । ସାଲେପୁର ନିରପେକ୍ଷ ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଗିଲ ବିଜୟ ଦିବସ କୋଭିଡ କଟକଣା ମଧ୍ୟରେ କଳମିଶ୍ରୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଦାମୋଦରପୁର ପଞ୍ଚାୟତ କଳା ପରିଷଦ ପରିସରରେ ସଙ୍ଘର ସଭାପତି ବରିଷ୍ଠ ସାମ୍ବାଦିକ ଅଭୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସାଲେପୁର ଏସଡ଼ିପିଓ ପ୍ରଶାନ୍ତ କୁମାର ମାଝୀ ଯୋଗଦେଇ ସହିଦ ଗୋପୀନାଥ ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଏହି ସଭାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଏସୟୁଯେର କଟକ ଜିଲ୍ଲା ସଭାପତି ଅଖିଳେଶ ପଦ ମହାନ୍ତି ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ପଞ୍ଚାୟତ କଳାପରିଷଦର ସଭାପତି ପ୍ରମୋଦ ନାୟକ ଯୋଗଦେଇ ସହିଦ ଗୋପୀନାଥଙ୍କ ଦେଶମାତୃକା ପାଇଁ ବଳିଦାନ ଓ ତାଙ୍କର ବହୁମୁଖୀ ତ୍ୟାଗ ଉପରେ ଆଲୋକ ପାତ କରିଥିଲେ ।

ଏହି ଉତ୍ସଵରେ ସହିଦ ଗୋପୀନାଥଙ୍କ ମା ଝୁମୁରି ମହାରଣାଙ୍କୁ ସାଲେପୁର ନିରପେକ୍ଷ ସାମ୍ବାଦିକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ସଙ୍ଘର ଉପଦେଷ୍ଟା ରତ୍ନାକର ବାରିକ, ସାମ୍ବାଦିକ ସାଜିଦ ଅଲ୍ଲୀ, କ୍ଷାମିନିଧି ପୁଝାରି, ଇଜାଜ ଖାଁ, ସଂଘର ସମ୍ପାଦକ ମହେଶ୍ୱର ବେହେରା, ପଂଚାୟତ କଳାପରିଷଦ ସମ୍ପାଦକ ବିଶ୍ୱଜିତ ପରିଡା ଯୋଗ ଦେଇଥିବା ବେଳେ ସାଲେପୁର ନିରପେକ୍ଷ ସାମ୍ବାଦିକ ସଙ୍ଘର ବହୁ କାର୍ଯ୍ୟକର୍ତା ଓ ସଦସ୍ୟ ଯୋଗଦେଇଥିଲେ । ଏହି ଉତ୍ସଵରେ କଳାପରିଷଦର ସଭାପତି ପ୍ରମୋଦ ନାୟକ, ସମ୍ପାଦକ ବିଶ୍ୱଜିତ ପରିଡା ଓ କୋଷାଧକ୍ଷ କାଳନ୍ଦୀସାହୁଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ସଭାରେ ଅନ୍ୟ ମାନଙ୍କମଧ୍ୟରେ, ପ୍ରାକ୍ତନ ସରପଞ୍ଚ ବିଶ୍ୱ ଭୁଷଣ ନାୟକ, ସୁଭାଶିଷ ବସନ୍ତ ରାୟ, ବିନୟ ଦାଶ, ତୁଷାର ଜ୍ୟୋତି ନାୟକ, ସ୍ବଦେଶ ଜେନା, ତାପସ ଦାଶ, ଅକ୍ଷୟ କୁମାର ଦାଶ, ପତିତପାବନ ରାଉତ, ରଞ୍ଜନ ଦାସଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ । ଶେଷରେ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.