ଓମ୍ ଭ୍ୟାଲି ସ୍କୁଲ ଅଭିଭାବକ ସଙ୍ଘତରଫରୁ ଫିସ ବୃଦ୍ଧି ପ୍ରତ୍ୟାହାର ଦାବିରେ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

61

ଟିଟିଲାଗଡ : କୋଭିଡ ସଂକ୍ରମଣ ସାରା ଦେଶ ତଥା ବିଶ୍ବର ଆର୍ଥିକ ସ୍ଥିତି ଏବଂ ମେରୁଦଣ୍ଡକୁ ଦୋହଲାଇଦେଇଛି। ଧିରେ ଧିରେ ସ୍ଥିତି ସୁଧୁରିବା ବେଳେ ଘରୋଇ ତଥା ପ୍ରାଇଭେଟ୍ ସ୍କୁଲ ଫିସ ବୃଦ୍ଧି ଏବେ ଅଭିଭାବକମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ଉପରେ ମଧ୍ୟ ଏମିତି ଅଭିଯୋଗ ଆଣିଛନ୍ତି ଅଭିଭାବକ ସଙ୍ଘ । ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଅଫିସରସ କ୍ଲବରେ ସଂଘ ସଭାପତି ଶ୍ରୀ ଦେବ ଷଡଙ୍ଗୀଙ୍କ ସଭାପତିତ୍ବରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ମୁଖ୍ୟ ମୁଖପାତ୍ର ଶ୍ରି ପ୍ରମୋଦ କୁମାର ପ୍ରଧାନ, ଲିଗାଲ ଏଡଭାଇଜର ଦେବେନ୍ଦ୍ର ମିଶ୍ର, ସଂଜୀବ କୁମାର ପାଢ଼ୀ, ପ୍ରବୀଣ ଦାସ, ଉପ ସଭାପତି ଶଙ୍କର ଅଗ୍ରୱାଲ, ସଂପାଦକ ଶଙ୍ଖନାଦମେହେର, ସହ ସମ୍ପାଦକ କୁନ୍ଦନ ସାହୁ ଉପସ୍ଥିତ ଥିଲେ । ସରକାରୀ ନିୟମ ନ ମାନି ଅଭିଭାବକ ମାନଙ୍କ ସହ ବିନା ଆଲୋଚନାରେ ଅହେତୁକ ଫିସ ବୃଦ୍ଧି ହେଉଛି ମୁଖ୍ୟ ସମସ୍ୟା ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଭାପତି ଦେବ ଷଡ଼ଙ୍ଗୀ । ସ୍କୁଲ ତରଫରୁ ବାରମ୍ବାର ଆଡ଼ମିଶନ ପାଇଁ ମେସେଜ ଦେଉଥିଲେ, ଫିସ ବୃଦ୍ଧି ବିଷୟରେ ଅଭିଭାବକ ମାନେ ଏକଜୁଟ ହୋଇ ସ୍କୁଲ ପରିଚାଳନା କମିଟି ସହ ଆଲୋଚନା ପାଇଁ ଚେଷ୍ଟା କଲେ କିନ୍ତୁ କିଛି ସୁଫଳ ମିଳିଲା ନାହିଁ, ସ୍କୁଲ ଅଧକ୍ଷ ମଧ୍ୟ ନିଜ ହାତ ଟେକି ଚେୟ।ର୍ମେନଙ୍କ ହାତରେ ଅଛି ବୋଲି କହିଥିଲେ ।

ସ୍କୁଲ କତୃପକ୍ଷ ଏବଂ ମ୍ୟାନେଜମେଣ୍ଟ କଥା ନ ଶୁଣିବାରୁ ଅଭିଭାବକ ମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇ ୧୦ ତାରିଖ ଦିନ ଏକ ରିଟ ପିଟିସନ ଫାଇଲ କଲେ, ଏହାର ଶୁଣାଣି କରି ୧୫ ତାରିଖ ଦିନ ଏକ ନିଷ୍ପତ୍ତି ଆସିଲା, ନିଷ୍ପତ୍ତି ଆସିବା ପରେ ଅନଲାଇନ କ୍ଲାସରୁ ବଞ୍ଚିତ ଥିବା ଛାତ୍ର ଛାତ୍ରୀ ମାନେ ଅନଲାଇନରେ ପାଠ ପଢ଼ିବା ସୁଯୋଗ ପାଇଲେ। ଅଭିଭାବକ ସଂଘ ମାଗଣାରେ ପାଠ ପଢ଼ାଇବାକୁ ଚାହୁଁ ନାହାନ୍ତି କିନ୍ତୁ ଫିସ ନିର୍ଧାରଣ ଜିଲ୍ଳା ପ୍ରଶାସନ, ଜିଲ୍ଲା ଶିକ୍ଷାଧିକାରି, ବ୍ଲକ ଶିକ୍ଷା ଅଧିକାରୀ ତଥା ସ୍କୁଲ ମ୍ୟାନେଜମେଣ୍ଟ ସହ ଅଭିଭାବକ ମାନଙ୍କ ସହ ବସି ଆଲୋଚନା କରି ନିୟମ କାନୁନକୁ ଆଖି ଆଗରେ ରଖି ଫିସ ନିର୍ଧାରଣ କଲେ ସମସ୍ତେ ଉପକୃତ ହେବେ ଅଭିଭାବକ ସଂଘର ମୁଖ୍ୟ ମୁଖପାତ୍ର ପ୍ରମୋଦ ପ୍ରଧାନ କହିଥିଲେ । ଓମ ଭ୍ୟାଲି ସ୍କୁଲ ତରଫରୁ ସେନିଟାଇଯେସନ ଫିସ ପ୍ରତ୍ୟାହୃତ ମଧ୍ୟ କରାଯାଇଛି । ପାଖାପାଖି ୮୦ ରୁ ଉର୍ଦ୍ଧ୍ବ ପ୍ରତିଶତ ଅଭିଭାବକ ସ୍କୁଲ ଫିସ ଦେଇ ସାରିଲେଣି, ଏପରି କ୍ଷେତ୍ରରେ ଆଗକୁ ସ୍କୁଲ ମ୍ୟାନେଜମେଣ୍ଟ କଣ ପଦକ୍ଷେପ ଗ୍ରହଣ କରିବ ଦେଖିବାକୁ ରହିଲା । ସରକାର ଯେମିତି ପୂର୍ବ ବର୍ଷର ୧୫ ପ୍ରତିଶତ ଫିସ୍ ପ୍ରତ୍ୟାହାର ନିର୍ଦେଶ ଦେଇଥିଲେ, ଚଳିତ ବର୍ଷ ମଧ୍ୟ ଯଦି କିଛି ସେହିପରି ନିର୍ଦେଶ ଯାରିକଲେ ମଧ୍ୟବିତ୍ତ ପରିବାର ବହୁ ମାତ୍ରାରେ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

Comments are closed.