ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗରେ କେନ୍ଦ୍ରାପଡ଼ା ମହିଳା କନେଷ୍ଟବଳଙ୍କୁ ଗିରଫ ଦାବି କଲେ କୋରାପୁଟ ଜିଲ୍ଲା ଶାଖା ଓଡ଼ିଶା ସାମ୍ବାଦିକ ସଂଘ

73

ଜୟପୁର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବାରମ୍ବାର ସାମ୍ବାଦିକମାନଙ୍କୁ ଅହେତୁକ ଆକ୍ରମଣ କରାଯାଉଛି ଯାହାର ସତ୍ୟାସତ୍ୟ ଘଟଣା ପୁରୀ ଜିଲ୍ଲା ଗୋପ ଓ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି । ନିକଟରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ବିଜେପିର ଗଣ ଧାରଣା ଚାଲିଥିବା ସମୟରେ କାର୍ଯ୍ୟରତ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ନେଇ ସାମ୍ବାଦିକ ଭିମସେନ ସେଠି ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ କରିଥିଲେ ଏହାକୁ ନେଇ ଜୁଲାଇ ୨୧ ତାରିଖ ଅପରାହ୍ନରେ ମହିଳା କନେଷ୍ଟବଳ ପିନୁ ନାୟକ ସାମ୍ବାଦିକ ଭିମସେନ ସେଠିଙ୍କୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଉପରିସ୍ଥ ଅଧିକାରୀଙ୍କ ସମ୍ମୁଖରେ ରାସ୍ତା ଉପରେ ଜାତିଆଣ ଆକ୍ଷେପ କରିବା ସହିତ ମାଡ଼ ମାରିଥିଲେ ।

ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଉକ୍ତ ଘଟଣାକୁ କୋରାପୁଟ ଜିଲ୍ଲା ଓଡ଼ିଶା ସାମ୍ବାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହି ଉପଲକ୍ଷେ ଆଜି କୋରାପୁଟ ଜିଲ୍ଲା ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ତଥା ଜିଲ୍ଲା ସଭାପତି ଶ୍ରୀ କେ. ଶ୍ରୀନିବାସ ରାଓ ଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ହରିଶ ପଟ୍ଟନାୟକ, ଜୟସିଂ ପଡ଼ାସେଠୀ, ସମ୍ପାଦକ ରବିଶଙ୍କର ମହାପାତ୍ରଙ୍କ ସମେତ ସଦସ୍ୟ ସରୋଜ କୁମାର ଲେଙ୍କା, ସୁଶାନ୍ତ କୁମାର ବାଙ୍କ, ଅଚ୍ୟୁତ ଗୁଣ୍ଠା, ରୂପ ଖରା ପ୍ରମୁଖ ଉପସ୍ଥିତ ରହି ମହାମାହି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଜୟପୁର ଉପ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ମୁତାବକ ଯଥାଶୀଘ୍ର ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ, ଉପରୋକ୍ତ ଘଟଣାରେ ତଦନ୍ତ କରାଯାଇ ମହିଳା କନେଷ୍ଟବଳ ପିନୁ ନାୟକଙ୍କୁ ଗିରଫ କରାଯିବା ସହିତ କାର୍ଯ୍ୟରୁ ନିଲମ୍ବନ କରାଯାଉ । ତତ୍ସହିତ ପୁରୀ ଜିଲ୍ଲା ଗୋପ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ଏଡାଇ ଦେବା ସହ ସରକାରଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କ ସୁସମ୍ପର୍କ ବଜାୟ ରଖିବାକୁ ଦାବି କରାଯାଇଛି ।

Comments are closed.