ଆଜି ଅବସର ନେବେ ଗଜପତି ଏସ୍ପି

0 61

୨୦ ଦିନ ବିତିଲା ତଥାପି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ରହସ୍ୟ ଏବେବି ସସ୍ପେନ୍ସରେ


ପାରଳାଖେମୁଣ୍ଡି, ୩୦ା୭ : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ୨୦ ଦିନ ବିତିବାକୁ ଗଲାଣି । ଏହି ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ତଥା ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ ଆଜି ୩୧ ତାରିଖ ଅବସର ଗ୍ରହଣ କରିବେ । ମୁୁଖ୍ୟ ତଦନ୍ତକାରୀ ଅଧିକାରୀ ଅବସର ଗ୍ରହଣ କରିବେ ହେଲେ । ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ୨୦ ଦିନ ପରେ ବି ସସ୍ପେନ୍ସରେ ଅଟକିଛି । ବର୍ତ୍ତମାନ ସୁଦ୍ଧା ପୋଲିସକୁ କୌଣସି ଠୋସ୍ ପ୍ରମାଣ ପାଇ ନ ଥିବା ବେଳେ ଏବେ ବୈଷୟିକ ତଥା ଫରେନ୍ସିକ ତଦନ୍ତକୁ ଅପେକ୍ଷା କରିଛନ୍ତି । ତେବେ ଫରେନ୍ସିକ ଯାଞ୍ଚକୁ ୩ ମାସ ସମୟ ଲାଗିପାରେ ବୋଲି ଆକଳନ କରାଯାଉଛି । ଏହି ମାମଲାରେ ସୂଚନା ଅନୁସାରେ ଯେଉଁ ପ୍ରାଥମିକ ତଦନ୍ତ ସରିଛି । ସେଥିରୁ ପୋଲିକୁ ସେମିତି କିଛି ଠୋସ୍ ପ୍ରମାଣ ପାଇ ନାହିଁ । ଏହି ରହସ୍ୟଜନକ ମୃତ୍ୟୁ ଏକ ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ନା ଦୁର୍ଘଟଣା ବର୍ତ୍ତମାନ ସୁଦ୍ଧା କୌଣସି ସିଦ୍ଧାନ୍ତରେ ପହଞ୍ôଚ ପାରି ନାହିଁ ପୋଲିସ କିମ୍ବା ତଦନ୍ତକାରୀ ଟିମ୍କୁ ସହଯୋଗ କରୁଥିବା କ୍ରାଇମ ବ୍ରାଞ୍ଚ । ଏପର୍ଯ୍ୟନ୍ତ ଯାଞ୍ଚ ଏଜେନ୍ସୀ ଏହାକୁ ଦୁର୍ଘଟଣାଜନିତ ବୋଲି କହିଥିବା ବେଳେ ମୃତ ସୌମ୍ୟଙ୍କ ପରିବାର ଲୋକେ ଏହାକୁ ଏକ ହତ୍ୟା ଘଟଣା ଦର୍ଶାଇ ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ବ ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନାମରେ ଆଣିଥିବା ଅଭିଯୋଗକୁ ଦୃଢ କରି ସେମାନଙ୍କ ଗିରଫ ଦାବିରେ ଅଟଳ ରହିଛନ୍ତି । ପ୍ରକୃତ ନ୍ୟାୟ ପାଇବା ପାଇଁ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇସାରିଛନ୍ତି । ଏନେଇ ପୋଲିସ ତଥା ତଦନ୍ତକାରୀ ଟିମ ଓ କ୍ରାଇମବ୍ରାଞ୍ଚ ବିଭିନ୍ନ ଜେରା କରି ଯାଞ୍ଚ କରୁଛନ୍ତି । ତଦନ୍ତରେ ସହାୟତା କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଓ ପୋଲିସ ବୈଷୟିକ ଦିଗକୁ ଭରସା କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳି ସାରିଥିବା ବେଳେ ପାରିପାଶ୍ୱର୍ିକ ସ୍ଥିତକୁ ନେଇ ଫରେନ୍ସିକ ଟିମ୍ ତଦନ୍ତ ଚଳାଇଛି । ସବୁ ଠାରୁ ଗୁରୁତ୍ୱ ପୂର୍ଣ୍ଣ ମୁଖ୍ୟ ବିଷୟ ଏହି ଯେ, ଆଜି ଜୁଲାଇ ୩୧ ତାରିଖରେ ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ ଅବସର ଗ୍ରହଣ କରିବେ । ସେ ଏହି ଘଟଣାର ମୁଖ୍ୟ ତଦନ୍ତକାରୀ ଅଧିକାରୀ । ଆଜି ସେ ଅବସର ଗ୍ରହଣ କରୁଥି ବାରୁ ଏହି ମାମଲା ତଦନ୍ତ ଆଗାମୀ ଦିନରେ କିପରି ଭାବେ ଅଗ୍ରଗତି ହେବ ସେ ନେଇ ସାଧାରଣ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.