ଘରୋଇ ଡାକ୍ତରଖାନାରେ ଅଗ୍ନିସୁରକ୍ଷା ଯାଞ୍ଚ

0 70


ପାରଳାଖେମୁଣ୍ଡି, ୩୦ା୭ : ପାରଳାଖେମୁଣ୍ଡି ଠାରେ ଥିବା ବିଭିନ୍ନ ବେସରକାରୀ ଡାକ୍ତରଖାନା ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଥିବାର ଦେଖିବାକୁ ମିଳଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଏନ୍ଆର୍ଏଚ୍ଏମ୍ର ଡିପିଏମ୍ ସୌମ୍ୟାରାଣୀ ଗୌଡ, ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇ ତନ୍ନ ତନ୍ନ କରି ଯାଞ୍ଚ କରି କରୋନା ଓ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ । ମୁଖ୍ୟତଃ ଅଗ୍ନି ଜନିତ ସୁରକ୍ଷା ଯନ୍ତ୍ର ସହ ଅଗ୍ନିକାଣ୍ଡ ଘଟିଲେ ଲୋକେ କିଭଳି ଭାବେ ଲୋକଙ୍କୁ ସୁରକ୍ଷା ଦିଆଯିବ ସେ ନେଇ ବେସରକାରୀ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ସୂୂଚାଇବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଥିଲା ।

Leave A Reply

Your email address will not be published.