ଭଦ୍ରକ -ଆରଡ଼ି ଆଖଣ୍ଡଳମଣୀ ଓ ଜାମଝାଡ଼ି -ଧାମରା ରାଜ୍ୟରାଜପଥ ମାନ୍ୟତା ପ୍ରସଙ୍ଗ

0 67

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମଞ୍ଜୁ ଲତା ମଣ୍ଡଳ

ତିହିଡି : ଭଦ୍ରକ – ଆରଡ଼ି ଆଖଣ୍ଡଳମଣି ଓ ଜାମଝାଡ଼ି -ଧାମରା ବାସୁଦେବପୁର ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ପ୍ରସଙ୍ଗ ନେଇ ଗୁରୁବାର ଭଦ୍ରକ ସାଂସଦ ମଞ୍ଜୁ ଲତା ମଣ୍ଡଳ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଏଥିସହ ସାଂସଦ ଶ୍ରୀମତୀ ମଣ୍ଡଳ ଭାରତମାଳା ଯୋଜନାର କୋଷ୍ଟାଲ ହାଇୱେ ପାଇଁ ରତନପୁର ଠାରୁ ଧାମରା ଓ ବଡୁଦେବପୁର ଠାରୁ ଦୀଘା ମଧ୍ୟରେ ଭଦ୍ରକ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଟେ ।ଏଥିପାଇଁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଳା ଅଧିନ ଚାନ୍ଦବାଲି ,ବାସୁଦେବପୁର ସହିତ ସୋର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାୟ ୭୦ କ.ମି. ଦୈର୍ଘ୍ୟ ରାସ୍ତା ଅନ୍ତର୍ଭୁକ୍ତ ହୋଇଥିବାରୁ ଯଥାଶୀଘ୍ର ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା କାର୍ଯ୍ୟକ୍ରମ  ଜମି ଅଧିଗ୍ରହଣ , ନିର୍ମାଣାଧୀନ ପୋଲ ,ଡ୍ରେନେଜ ସମେତ ବିସ୍ଥାପିତ ହେଉଥିବା ଲୋକମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ ।ଜାତୀୟ ରାଜପଥ ୧୬ ,ଚଣ୍ଡିଖୋଲ -ଭଦ୍ରକ ଓ ଭଦ୍ରକ – ବାଲେଶ୍ୱର ୬ ଥାକିଆ ରାସ୍ତା ମଧ୍ୟରେ ଅଗ୍ରଗତି ଓ ସମ୍ପୂର୍ଣ୍ଣିକରଣନେଇ ମଧ୍ୟ ଆଲୋଚନା କରିଥିଲେ ।ସୂଚନା ଯୋଗ୍ୟଯେ ,ଗତ ସଂସଦ ଅଧିବେଶନରେ ସାଂସଦ ଶ୍ରୀମତୀ ମଣ୍ଡଳଙ୍କ କେତକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଡ଼କରି ଲିଖିତ ଉତ୍ତରରେ ଜଣାଇଥିଲେ ଯେ ,ଭାରତ ମାଳା ଯୋଜନା କାର୍ଯ୍ୟ ପର୍ଯ୍ୟାୟ କ୍ରମେ ୨୦୨୧ ଓ ୨୦୨୨ ସୁଦ୍ଧା ସଂପୂର୍ଣିକରଣ ହେବ ।ଭଦ୍ରକ -ଆରଡ଼ି -ଆଖଣ୍ଡଳମଣି ରାସ୍ତା ଜାତୀୟ ରାଜପଥ ପାଇଁ ଯୋଜନା ରହିଛି ।ଭଦ୍ରକ -ଆରଡ଼ି -ଆଖଣ୍ଡଳମଣି ରାସ୍ତା ଜାତୀୟରାଜପଥର ଯୋଜନା ରହିଛି ।ଜାମଝାଡ଼ି -ବାସୁଦେବପୁର -ଧାମରା ରାଜ୍ୟ ରାଜପଥ ଖୁବ ଶୀଘ୍ର ଜାତୀୟରାଜପଥ ଭାବେ ଘୋଷଣା କରାଯାଉଛି ।ଏହିରାସ୍ତା ଧାମରା ଅଦାନୀ ବନ୍ଦରକୁ ହସ୍ତାନ୍ତର ପ୍ରସ୍ତାବ ନାହିଁ ।ଏଥି ସହ ଖୁବଶୀଘ୍ର ଭାରତ ମାଳା କୋଷ୍ଟାଲ ହାଇ ୱେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।ଏସମ୍ପର୍କରେ ସଂସଦୀୟକ୍ଷେତ୍ରର ସାଂସଦଙ୍କୁ ଜଣାଇ ଦିଆଯିବ ବୋଲି ସନ୍ତୋଷ ଜନକ ଉତ୍ତର ଦେବା ସଙ୍ଗେସଙ୍ଗେ ପ୍ରତିଶ୍ରୁତି ଦେଇଥିଲେ।ଶେଷରେ ଏହି ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ନିମିତ୍ତ କେନ୍ଦ୍ରମନ୍ତ୍ରୀ ରାଜ୍ୟସରକାର ଓ ସାଂସଦଙ୍କ ସହଯୋଗ କାମନା କରିଥିଲେ । 

Leave A Reply

Your email address will not be published.