ବନବିଭାଗ,ଫରେଷ୍ଟ ଭିଜିଲାନ୍ସ ଟିମ ର ମିଳିତ ଚଢ଼ାଉ ଲକ୍ଷାଧିକ ଟଙ୍କାର କାଠ ଜବତ

0 59

ବୋରିଗୁମ୍ମା :- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ  ଅଧୀନସ୍ତ  ଧଉଡାପଲା ଗ୍ରାମରେ  ଭିଜଲାନ୍ସ ,ବନବିଭାଗ ଓ , ପୋଲିସ,ମିଳିତ ଭାବେ ଚଢ଼ାଉ କରାଯାଇ ବିପୁଳ ପରିମାଣ  ମୂଲ୍ୟବାନ କାଠ ଜବତ ହୋଇଛି।ଶୁକ୍ରବାର ଦିନ କୌଣସି ସୂତ୍ର ରୁ ଖବର ପାଇ  ଭିସଲାନ୍ସ DSP   S.N ପାଣିଗ୍ରାହୀ,ACFO ସୁବାସ ଚନ୍ଦ୍ର ଖୁଣ୍ଟିଆ, ପ୍ରଭୁଦତ ମିଶ୍ର,ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଦିଲୀପ କୁମାର ପଟନାୟକ  କୋଟପଡ଼ ବନାଞ୍ଚଳ ଅଧିକାରୀ ଲିସ୍ମିତା କର ପ୍ରମୁଖ ସାମିଲ ହୋଇ  ଆଜି  ଦୁଇଟି ସ୍ଥାନରେ ରେଡ଼  କରି  ଲକ୍ଷାଧିକ ଟଙ୍କର କାଠ ଜବତ କରିଛନ୍ତି।ଧଉଡା ପଲା ଗ୍ରାମର ଦାଶ ହରିଜନ ଙ୍କ ଠାରୁ ଏକଲକ୍ଷ ୫୦ ହଜାର ଟଙ୍କାର କାଠ ,ସମ୍ବାରୁ  ହରିଜନ ଙ୍କଠାରୁ ଏକଲକ୍ଷ ୧୦ହଜାର ଟଙ୍କା ର କାଠ ଜବତ ହୋଇଛି। ଶାଳ, ଟିକ ଓ ସଗୁଆନ ଭଳି ମୋଟ 104CFT କାଠ ଜବତ ହୋଇଛି।ଯାହାର ବଜାର ମୂଲ୍ୟ ୨ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛି ବନ ବିଭାଗ।ତେବେ ଦୁଇଜଣ ବ୍ୟକ୍ତି  ଚମ୍ପଟ ମାରିଥିବା ବେଳେ ଉଭୟ ଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଛି  ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ଭିଜଲାନ୍ସ DSP ସୁରେନ୍ଦ୍ର ନାଥ ପାଣିଗ୍ରାହୀ।ସେପଟେ ସମସ୍ତ ଜବତ କାଠ କୁ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ମାପ ଜୁପ କରି  ବୋରିଗୁମ୍ମା ବନାଞ୍ଚଳ କାର୍ଯ୍ୟାଳୟ ରେ ରଖାଯାଇଥିବା କହିଛନ୍ତି ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଦିଲୀପ ପଟନାୟକ।

Leave A Reply

Your email address will not be published.