ଶଶୁର ଘରେ ରହୁଥିବା ଜ୍ୱାଇଁଙ୍କ ଅର୍ଧଦଗ୍ଧ ମୃତୁ ଦେହ ଉଦ୍ଧାର

0 62


ପାରଳାଖମେୁଣ୍ଡି, ୧ା୮ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ କେ.ଉରୁଡା ଗ୍ରାମରେ ଶଶୁର ଘରେ ଆନ୍ଧ୍ରର ଜ୍ୱାଇଁ ଗତ କିଛି ଦିନ ଧରି ରହି ଆସୁଥିଲେ । ଗତକାଲି ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ କେ.ଉରୁଡା ଗ୍ରାମ ନିକଟରେ ଏକ ବନ୍ଧ ପାଖରେ ଦେଖାଦେଇଥିଲା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏକ ମୃତ ଦେହକୁ ସାଇଣ୍ଟିଫିକ ଟିମ୍ର ଅନୁଧ୍ୟାନ ପରେ ପୋଲିସ ଉଦ୍ଧାର କରିଛି । ହେଲେ ମୃତ ଦେହଟି ଅର୍ଦ୍ଧଦଗ୍ଧ ହେଲା କିପରି ସେ ନେଇ ଅଞ୍ଚଳବାସୀଙ୍କ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏ ଘଟଣା ନେଇ ଅଞ୍ଚଳବାସୀ ଜଣାଇଛନ୍ତି ଯେ, ଆନ୍ଧ୍ରରର ଶ୍ରୀକାକୁଲମ ଜିଲ୍ଲା ରାଇୱାଡା ଗ୍ରାମର ଗୁରୁପାଲା ସତୀଶ୍ କେ.ଉରୁଡା ଗ୍ରାମର ଜି.ଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି । ଗତ କିଛି ଦିନ ହେଲା ସେ ନିଜ ଶଶୁରଙ୍କ କେ.ଉରୁଡା ଗ୍ରାମରେ ରହି ଆସୁଥିଲେ । ଗତକାଲି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ସୃଷ୍ଟି ହୋଇଥିଲା । ପରେ ସେ ଘର ଛାଡି ଚାଲିଯାଇଥିଲେ । ହେଲେ ଗତକାଲି ଅପରାହ୍ନରେ ତାଙ୍କର ଅର୍ଦ୍ଧଦଗ୍ଧ ମୃତ ଦେହ କେ.ଉରୁଡା ଗ୍ରାମର ପୋଖରୀ ନିକଟରେ ଦେଖାଦେଇଥିଲା । ପୋଲିସକୁ ଖବର ଦେବା ପରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ପରେ ଗାରବନ୍ଧ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଦେଇଥିଲେ । ଘଟଣା ନେଇ ଗାରାବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟଙ୍କ ସହ ଯୋଗାଯୋଗ ନ ହେବାରୁ ଗାରାବନ୍ଧ ଥାନାର ପୋଲିସ ଅଧିକାରୀ ସୁଶାନ୍ତ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଘଟଣା ନେଇ ଗାରବନ୍ଧ ଥାନାରେ ୬/୨୧ରେ ଏକ ଅପମୃତ୍ୟୁମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.