ସାଲେପୁର ବିଦ୍ୟୁତ ଡିଭିଜନରେ ଉଦଘାଟିତ ହେଲା ନୂତନ ଗ୍ରାହକ ସେବା କେନ୍ଦ୍ର

69

ସାଲେପୁର : ସାଲେପୁର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ପ୍ରତିଷ୍ଠା କରା ଯାଇଥିବା ଅତ୍ୟାଧୁନିକ ଗ୍ରାହକ ସେବାକେନ୍ଦ୍ର ଓ ଅଭିଯୋଗ ପ୍ରକୋଷ୍ଠକୁ ବିଧାୟକ ପ୍ରଶାନ୍ତ କୁମାର ବେହେରା ଉଦଘାଟନ କରିଛନ୍ତି । ଏହି ଗ୍ରାହକ ସେବାକେନ୍ଦ୍ରରେ ଉପଭୋକ୍ତାମାନେ ଅନଲାଇନ ଓ ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ବିଦ୍ୟୁତ ବିଲ ଜମା କରିପାରିବେ ବୋଲି ଏ ସଂକ୍ରାନ୍ତରେ ସାଲେପୁର ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ଜେନା ସୂଚନା ଦେଇ କହିଛନ୍ତି ଯେ ଏଭଳି ବ୍ୟବସ୍ଥା ଦ୍ୱାରା ସାଲେପୁର ଡିଭିଜନର ମାହାଙ୍ଗା, ସାଲେପୁର ଓ ନିଶ୍ଚିନ୍ତକୋଇଲି ସବଡିଭିଜନର ୧୦ଟି ବିଦ୍ୟୁତ ସେକ୍ସନର ଉପଭୋକ୍ତା ମାନେ ଉପକୃତ ହୋଇ ପାରିବେ । ଏହି କାର୍ଯ୍ୟକ୍ରମରେ ଟାଟାପାୱାରର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Comments are closed.