ସପ୍ତାହର ୫ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

0 64

ବାରଙ୍ଗ ୬।୮: ସପ୍ତାହର ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ । କରୋନା ସଂକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ । ଦୀର୍ଘ ୩ ମାସ ପରେ ଚିଡିଆଖାନା ବୁଲିଥିଲେ ପର୍ଯ୍ୟଟକ। ତେବେ କରୋନା କଟକଣା ମଧ୍ୟରେ ପର୍ଯ୍ୟଟକକୁ ସୀମିତ ସଂଖ୍ୟାରେ ପ୍ରବେଶ କରିବାକୁ ଅନୁମତି ମିଳିଥିଲା । ଚିଡିଆଖାନା ଭିତରେ ବୁଲିବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ିକୁ ଅନୁମତି ମିଳିନାହିଁ । ଏମିତି କି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯାଉଛି । ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡ୍ ଲାଇନ୍ ରେ ଅନୁମତି ମିଳିଥିଲା । ମୁଖ୍ୟ ଗେଟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିପରି ବଟାନିକାଲ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ କରୋନା କଟକଣା ମାନିବେ । ତେବେ ବର୍ତ୍ତମାନ ବଟାନିକାଲ ଗାର୍ଡେନରେ ବଣଭୋଜିକୁ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.