ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ବାବା ଧବଳେଶ୍ବର

0 65

ଆଠଗଡ ୬।୮: ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ବରଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ସାଧାରଣ ଦର୍ଶନ । କଟକ ଜିଲ୍ଲା ଉପଜିଲ୍ଲାପାଳଙ୍କ ବୈଠକ ପରେ ସାଧାରଣ ଦର୍ଶନକୁ ଅନୁମତି ମିଳିଛି । ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ମଧ୍ୟକୁ ବାହାର ଭୋଗକୁ ବାରଣ କରାଯାଇଥିବାବେଳେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ମନା ହୋଇଛି ।  ଅନ୍ୟପଟେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ଭୋର ୪ଟାରୁ ପହଡ ଖୋଲାଯାଇ ବାବାଙ୍କୁ ୧୦୮କଳସରେ ସ୍ନାନ କରାଯାଇଥିଲା । ମଙ୍ଗଳ ଆରତୀ ପରେ ସର୍ବସାଧାରଣଙ୍କୁ ଦର୍ଶନ ନିମନ୍ତେ ପହଡ ଖୋଲାଯାଇଥିଲା ।

Leave A Reply

Your email address will not be published.