ବାଲିମେଳା ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ରୋପଣ

70

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା ସାମ୍ବାଦିକ ସଙ୍ଘ ଓ ବନ ବିଭାଗର ମିଳିତ ଉଦ୍ୟମରେ ବାଲିମେଳା ଛକ ନିକଟରେ ଥିବା ଶ୍ରୀ ରାଜଲିଙ୍ଗେଶ୍ୱର ଶୈବ ମନ୍ଦିର ସମ୍ମୁଖରେ ଥିବା ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲିମେଳା ବନାଞ୍ଚଳ ତରଫରୁ ଦିଆଯାଇଥିବା ବିଭିନ୍ନ ଚାରା ନିମ୍ବ, ବାହାଡ଼ା, ହରଡା ଏବଂ ଅନ୍ୟାନ୍ୟ ଔଷଧୀୟ ବୃକ୍ଷ ସମୁଦାୟ ୪୦ଟି ବୃକ୍ଷ ରୋପଣ କରାଯାଇଥିଲା । ଆଗାମୀ ଦିନରେ ଏଭଳି ଆହୁରି ୨୦୦ରୁ ଉର୍ଦ୍ଧ୍ବ ଗଛ ଲଗାଇବେ ବୋଲି ସଙ୍ଘ ତରଫରୁ ନିଷ୍ପତି ନିଆଯାଇଛି ।

ଏହି ଅବସରରେ ବନପାଳ ଶିବାନନ୍ଦ ଲେଙ୍କା, ସାମ୍ବାଦିକ ସଙ୍ଘର ରବିରଶ୍ମି ଗୁରୁ, ଶୁଭାଶିଷ କର, ସୁଧାଂଶୁ ଶେଖର ମହାନ୍ତି, ପ୍ରଦୀପ ରାଉଳ, ଦେବାଶିଷ ପାତ୍ର, ମନୋଜ ପାଙ୍ଗି ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ଏଭଳି ମହାନ କାର୍ଯ୍ୟକୁ ହାତକୁ ନେଇ ବାଲିମେଳା ଏବଂ ଏହାର ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କରିବେ ବୋଲି ଶପଥ ନେଇଛନ୍ତି।

Comments are closed.