ରେଡ୍ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

79

ଭୁବନେଶ୍ୱର : ଦିଲ୍ଲୀ ଏୟାରପୋର୍ଟରେ ଆତଙ୍କୀ ହମଲା ନେଇ ଧମକ ମିଳିବା ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି ହୋଇଛି । ସୁରକ୍ଷା ପାଇଁ ଏସ୍ଓପି ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ୧୦ ଦିନ ପାଇଁ ହାଇଆଲର୍ଟ ଜାରି କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ଅଗଷ୍ଟ ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ବଢିଛି ସିକ୍ୟୁରିଟି ବ୍ୟବସ୍ଥା । ଭିଜିଟରମାନଙ୍କୁ ବିମାନ ବନ୍ଦର ମନା ହୋଇଥିବା ବେଳେ ଯାତ୍ରୀମାନଙ୍କୁ କଡ଼ା ଚେକିଂ କରାଯିବ । ବିମାନ ବନ୍ଦର ପରିସରରେ ଗାଡି ଚଳାଚଳ ଉପରେ କଡା ନଜର ରଖାଯାଇଛି । ସନ୍ଦିଗ୍ଧଙ୍କ ଉପରେ ନଜର ରଖିବେ କେନ୍ଦ୍ରୀୟ ଫୋର୍ସ । କେନ୍ଦ୍ରୀୟ ଫୋର୍ସ ସହ ସ୍ଥାନୀୟ ପୋଲିସ ଓ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ ହେବେ । ସେହିଭଳି ଅଗଷ୍ଟ ୧୫ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ଡକ୍ଟର ପ୍ରଭାତ ରଞ୍ଜନ ବେଉରିଆ ।

Comments are closed.