ଚିନ୍ତା ବଢ଼ାଉଛି ଶିଶୁଙ୍କ ସଂକ୍ରମଣ

0 70

ଭୁବନେଶ୍ୱର : ଚିନ୍ତା ବଢ଼ାଉଛି ୧୮ ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ । ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ଗତକାଲି ମଧ୍ୟ ମଧ୍ୟ ୧୩୮ଜଣ ଶିଶୁ ଓ କିଶୋର କରୋନା ଆକ୍ରାନ୍ତ ହୋଇଥିଲେ । ତେବେ ଶିଶୁଙ୍କଠାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଉନାହିଁ । ସଂକ୍ରମଣ ଉପରମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ । ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ୧୮ ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇ ସାରିଲେଣି । ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି । ଏଥିଲାଗି ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡ଼ିବ । ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ ।

ଆଗକୁ ୧୮ରୁ କମ୍ ବର୍ଷ ବୟସର ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଏଥିପାଇଁ ବିଶେଷଜ୍ଞମାନେ ସତର୍କ ରହିବା ପାଇଁ ସୂଚନା ଦେବା ସହିତ ୧୦ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଦେହରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଥାଏ ବୋଲି କହିଛନ୍ତି । କିନ୍ତୁ ୧୦ରୁ ୧୮ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ । ତେଣୁ ଏହି ବର୍ଗ ବେଶୀ ସତର୍କ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ୟୁନିସେଫ୍ ପକ୍ଷରୁ ପିଲାଙ୍କୁ କିଛି ପରାମର୍ଶ ଦିଆଯାଇଛି । ଯଦି ପିଲାଟି ଅସୁସ୍ଥ ଥାଏ, ତେବେ ସ୍ୱାସ୍ଥ୍ୟକର୍ମୀ ଏବଂ ବେଶୀ ଲକ୍ଷଣ ଥିଲେ ତୁରନ୍ତ ହସ୍ପିଟାଲକୁ ନେଇଯାଆନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬,୯୫୩କୁ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ, ଏହି ୬୬ ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଥିବାବେଳେ କଟକ ଜିଲ୍ଲାରୁ ୮ ଜଣ ଓ ଅନୁଗୁଳ ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ଅଛନ୍ତି । ଅପରପକ୍ଷରେ ଢେଙ୍କାନାଳ ଏବଂ ବାଲେଶ୍ୱର ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଅପରପକ୍ଷରେ ବରଗଡ଼, ଭଦ୍ରକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଏଁ ମୃତକ ଅଛନ୍ତି । ଠିକ୍ ସେହିପରି, ଗଞ୍ଜାମ, କଳାହାଣ୍ଡି,କେନ୍ଦ୍ରାପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ପରଲୋକ ଘଟିଛି । ଏଣେ ବଲାଙ୍ଗୀର, ଦେବଗଡ଼, ଯାଜପୁର, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୦୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୦୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୯୫,୪୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୯, ୭୮, ୨୪୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୦,୧୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.