ଭୟଙ୍କର ଆଫଗାନିସ୍ତାନର ସ୍ଥିତି : ଦେଶ ଛାଡ଼ିବାକୁ ବିମାନବନ୍ଦରରେ ଅସମ୍ଭାଳ ଭିଡ

0 62

-ଉଡ଼ନ୍ତା ବିମାନରୁ ଖସି ପଡିଲେ ଲୋକେ
-ସ୍ଥିତି ଦେଖି ସମଗ୍ର ବିଶ୍ୱ ସ୍ତମ୍ଭୀଭୂତ

କାବୁଲ : ତାଲିବାନ ହାତକୁ ସ୍ଥିତି ଚାଲିଯିବା ପରେ ଆଫଗାନିସ୍ତାନର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ଚାରିଆଡେ ଭୟ ଓ ଆତଙ୍କର ବାତାବରଣ ଦେଖାଦେଇଛି । ଜୀବନ ବିକଳରେ ଲୋକେ ଆଫଗାନ ଛାଡ଼ିବା ପାଇଁ ବିମାନ ବନ୍ଦର ମଧ୍ୟକୁ ପଶିବାରେ ଲାଗିଛନ୍ତି । ନିଜ ଦେଶକୁ ଫେରିବା ପାଇଁ ସମସ୍ତେ ବ୍ୟାକୁଳ । ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ ଚାଲିଛି । କାବୁଲ ଏୟାରପୋର୍ଟର ଦୃଶ୍ୟ ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଭିଡଠୁ ମଧ୍ୟ ବଳିଯାଇଛି । ପ୍ରାଣ ବିକଳରେ ବିମାନ ବନ୍ଦରକୁ ପ୍ରବେଶ କରିଛନ୍ତି ହଜାର ହଜାର ଲୋକେ । ଗୋଟିଏ ଲକ୍ଷ୍ୟ ଯେମିତି ବି ହେଉ ଆଫଗାନିସ୍ତାନରୁ ପଳାଇବେ । ବିନା ଟିକେଟ୍ରେ ବିମାନରେ ଚଢ଼ିବାକୁ ଲୋକଙ୍କ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଭିଡ଼କୁ ଆୟତ୍ତ କରିବାକୁ ଏୟାରପୋର୍ଟରେ ଆମେରିକା ସେନା ଗୁଳି ଚଳାଇଥିଲା । ଦଳାଚକଟାରେ ୫ ଜଣଙ୍କ ଜୀବନ ମଧ୍ୟ ଯାଇଛି । କିଏ ପ୍ରଥମେ ବିମାନରେ ବସିବ ସେଥିପାଇଁ ଚାଲିଥିଲା ପ୍ରତିଯୋଗିତା । ଏପରିକି ତିନିଜଣ ଲୋକ ମଧ୍ୟ ଉଡ଼ନ୍ତା ବିମାନରୁ ଖସିପଡ଼ିଥିବା ଦୃଶ୍ୟ ସମଗ୍ର ବିଶ୍ୱକୁ ଚକିତ କରିଛି । ତାଲିବାନର ପୁରା କବ୍ଜା ପରେ ସବୁ ବିମାନ ଉଡାଣ ବନ୍ଦ କରିଦିଆଯାଇଛି । ଏହି ରୁଟ୍ ରେ ଚଳାଚଳ କରୁଥିବା ବିମାନକୁ ଅନ୍ୟ ରୁଟ୍ ରେ ଯିବାକୁ ପରାମର୍ଶ ଦିଆଯାଇଛି ।

ଗତକାଲି ରାଜଧାନୀ କାବୁଲ ଦଖଲ ପରେ ରାଷ୍ଟ୍ରପତି ଭବନକୁ ଅକ୍ତିଆର କରିଛି ତାଲିବାନ୍ ହତିଆର ସହ ନଜରକୁ ଆସିଥିଲେ ତାଲିବାନ ଯୋଦ୍ଧା । ସେଠାରେ ଥିବା ଜାତୀୟ ପତାକାକୁ ହଟାଇ ଉଡ଼ାଇଥିଲେ ତାଲିବାନ ପତାକା । ଆଫଗାନିସ୍ତାନରେ ଫଶି ରହିଥିବା ଭାରତୀୟକୁ ସୁରକ୍ଷିତ ଭାବେ ଅଣାଯିବ ବୋଲି ସୂଚନା ଦେଇଛନ୍ତି ହରଦୀପ୍ ସିଂ ପୁରୀ । ଏଥିସହିତ ଆଜି ଜାତିସଂଘ ସୁରକ୍ଷା ପରିଷଦର ବୈଠକ ମଧ୍ୟ ବସି ଏ ସମ୍ପର୍କରେ ଆଲୋଚନା ହୋଇଛି । ସଂଯମ ଆଚରଣ କରିବା ପାଇଁ ତାଲିବାନକୁ ପରାମର୍ଶ ଦିଆଯିବା ସହିତ ପଡୋଶୀ ଦେଶମାନେ ତାଙ୍କ ସୀମାକୁ ଉନ୍ମୁକ୍ତ ରଖିବା ପାଇଁ କହିଛନ୍ତି ଜାତିସଂଘ ସୁରକ୍ଷା ପରିଷଦର ମହାସଚିବ ।

Leave A Reply

Your email address will not be published.