ସାବାଡ୍ ହେବେ ନିଶାବେପାରୀ : ଆରମ୍ଭ ହେବ ଅପରେସନ୍ ହ୍ୱାଇଟ୍ ସ୍ପାଇଡର

0 57

ଭୁବନେଶ୍ୱର : କରୋନା ସମୟରେ ରାଜଧାନୀ ଭବନେଶ୍ୱରରେ ବୃଦ୍ଧି ପାଇଛି ଧଳା ଜହର ବେପାର । ବାରମ୍ବାର ରେଡ୍ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ନିଶା ବେପାରୀ । ସେଥିପାଇଁ ଭୁବନେଶ୍ୱରରେ ଡ୍ରଗ୍ସ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅପରେସନ୍ । ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ ସ୍ପାଇଡର । ଷ୍ଟ୍ରିଟ୍ କ୍ରାଇମ୍ ରୋକିବା ପାଇଁ ଏବଂ ବିଶେଷକରି ବସ୍ତିରେ ଥିବା ପିଲାମାନେ ଡ୍ରଗ୍ସ ଖାଇ ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

“ସରାଇ’ ଆପ୍ ପୋଲିସ ରଖିବ ହୋଟେଲ ତଥ୍ୟ :

ଭୁବନେଶ୍ୱରରେ ଷ୍ଟ୍ରିଟ୍ କ୍ରାଇମ୍ ହ୍ରାସ ପାଇଁ କମିଶନରେଟ୍ ପୋଲିସ ପଦକ୍ଷେପ ନେଇଛି । ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ଲଞ୍ଚ୍ ହୋଇଛି “ସରାଇ’ ଆପ୍ । “ସରାଇ’ ଆପ୍ ରେ ପ୍ରତିଦିନ ଆଗନ୍ତୁକଙ୍କ ତଥ୍ୟ ଓ ବିବରଣୀ ଦେବାକୁ ନିର୍ଦ୍ଦେଶ ରହିଛି । ହୋଟେଲକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ବିବରଣୀ ଏହି ଆପ୍ ରେ ପଞ୍ଜୀକୃତ ହେବ । ଆଧାରକାର୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରିଚୟପତ୍ର ଏହି ଆପ୍ରେ ଅପଲୋଡ୍ କରିବେ ହୋଟେଲ କର୍ମଚାରୀ । ଯାହାଦ୍ୱାରା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଇପାରିବ ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.