ଆଉ ଗଡ଼ିବନି ପୁରୁଣା ଗାଡ଼ି

0 77

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍ ପଲିସିକୁ କାର୍ଯ୍ୟକାରୀ କରୁଛି ରାଜ୍ୟ । ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୁଣା ଗାଡ଼ି ଚିହ୍ନଟ ସରିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ରାଜ୍ୟରେ ଲକ୍ଷାଧିକ ସଂଖ୍ୟାରେ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି । ସ୍କ୍ରାପ୍ ଆମଦାନୀ ହ୍ରାସ ପାଇଁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି । ଏହାଦ୍ୱାରା ପୁରୁଣା ଯାନର ବ୍ୟବହାର କମିବା ସହ ବନ୍ଦ ହେବ ପ୍ରଦୂଷଣ ସୃଷ୍ଟିକାରୀ ଯାନ ଚଳାଚଳ । ସ୍କ୍ରାପ୍ ଆମଦାନୀ ହ୍ରାସ ଓ ଦେଶରେ ପୁରୁଣା ଯାନର ଭିଡ଼ ହ୍ରାସ ଲାଗି ନୀତି ଘୋଷଣା ହୋଇଛି । ୨୦୨୩ରୁ ଟ୍ରକ୍ ଓ ୨୦୨୪ରୁ କାର୍ଗୁଡ଼କ ପାଇଁ ଏହି ନୀତି ଲାଗୁ ହେବ । କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍ ପଲିସିକୁ ରାଜ୍ୟ କାର୍ଯ୍ୟକାରୀ କରୁଥିବା ପରିବହନ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.