ରାଜ୍ୟରେ ଗୋଟିଏ ଦିନରେ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ

0 64

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୭୧୪୬

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୭୧୪୬ ବୃଦ୍ଧି ପାଇଛି । ୧୮ ବର୍ଷରୁ କମ ୧୩୮ ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୯୮୦୪୭୧ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ସଂଖ୍ୟା ୯୫୩୬ ରହିଛି ।

ଆଜି ଚିହ୍ନଟ ହୋଇଥିବା ୯୯୩ ଜଣଙ୍କ ମଧ୍ୟରୁ ୫୭୮ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୧୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୪୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଅନୁଗୋଳ ଜିଲ୍ଲାରୁ ୧୮, ବାଲେଶ୍ୱରରୁ ୩୦, ବରଗଡ଼ରୁ ୧୦, ଭଦ୍ରକ୍ ରୁ ୧୨, ବଲାଙ୍ଗୀରରୁ ୧୩, ବୌଦ୍ଧରୁ ୧, କଟକରୁ ୯୫, ଦେବଗଡରୁ ୪, ଢେଙ୍କାନାଳରୁ ୩୨, ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଜପତିଜିଲ୍ଲାରୁ ୧, ଗଞ୍ଜାମରୁ ୫ ଜଗତସିଂହପୁରରୁ ୫୧, ଯାଜପୁରରୁ ୬୦, ଝାରସୁଗୁଡାରୁ ୨ କଳାହାଣ୍ଡିରୁ ୭, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ୪୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମାଲକାନାଗିରିରୁ ୧, ମୟୁରଭଞ୍ଜରୁ ୪୨ ଜଣ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୧, ନୟାଗଡରୁ ୧୬, ନୂଆପଡାରୁ ୧, ପୁରୀରୁ ୨୫, ରାୟଗଡାରୁ ୩, ସମ୍ବଲପୁରରୁ ୧୧, ସୂବର୍ଣ୍ଣପୁରରୁ ୫, ସୁନ୍ଦରଗଡରୁ ୮ ଓ ଷ୍ଟେଟପୁଲରୁ ୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.