୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

0 66

ଭୁବନେଶ୍ୱର :ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ ତାରିଖ ଦିନ ୧୧ଟାରୁ ଅନ୍ଲାଇନ୍ରେ ଆବେଦନ କରିପାରିବେ । ତେବେ www.the.odisha.gov.in ଏବଂ www.samsodisha.gov.in ରେ ଅନ୍ଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ । ସେପ୍ଟେମ୍ବର ୪ତାରିଖ ରାତି ୧୧.୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ । ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ । ସେପ୍ଟେମ୍ବର ୯ ତାରିଖ ଦିନ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ରେ ଆଡମିଶନ ଫି’ ଦାଖଲ କରିବେ । ସେପ୍ଟେମ୍ବର ୨୧ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ମେରିଟ୍ ଲିଷ୍ଟରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ନାମ ଥିବ ସେମାନେ ୨୧ରୁ ୨୪ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଅନ୍ଲାଇନରେ ଆଡମିଶନ୍ ଫି’ ଦାଖଲ କରିବେ ।

ସୂଚନାଯୋଗ୍ୟ, ଇତି ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇ ସାରିଛି । ଚଳିତ ବର୍ଷ କରୋନା ଯୋଗୁ ପରୀକ୍ଷା ହୋଇ ନଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ଜଲ୍ଟ ପ୍ରକାଶ କରାଯାଇଛି । ମାଟ୍ରିକ୍ ନମ୍ବର ଆଧାରରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯାଇଥିବା ବେଳେ ପାସ୍ ହାର ରେକର୍ଡ କରିଛି ।

Leave A Reply

Your email address will not be published.