ୟୁଟ୍ୟୁବ୍ ରେ ପାଠ ପଢିବେ ଯୁକ୍ତ ୨ ଛାତ୍ରଛାତ୍ରୀ

0 66

ଭୁବନେଶ୍ୱର : ଏଣିକି ୟୁଟ୍ୟୁବ୍ ରେ ପାଠ ପଢିବେ ଯୁକ୍ତ ୨ ଛାତ୍ରଛାତ୍ରୀ । ଉଭୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ୟୁଟ୍ୟୁବ୍ ରୁ ପାଠ ପଢିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ୟୁ ଟ୍ୟୁବରେ ପାଠ ପଢିବା ପରେ ସଫଳତା ମଳିଛି । ଏଣୁ ଯୁକ୍ତ ଦୁଇ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଇବା ପାଇଁ ନିଷ୍ପତି ହୋଇଛି ।

ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁ ନାହାଁନ୍ତି ସେମାନେ ଘରେ ରହି ୟୁ ଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ବର୍ତମାନ ଦ୍ୱାଦଶ ଶ୍ରେଣୀର ଅଫଲାଇନ୍ କ୍ଲାସ୍ ଚାଲିଛି । ଅଭିଭାବକଙ୍କ ଅନୁମତି ଆଣି ଛାତ୍ରଛାତ୍ରୀ ସ୍କୁଲକୁ ଆସୁଛନ୍ତି ।

Leave A Reply

Your email address will not be published.