ପୁଣି ନବୀନ ନମ୍ବର ୱାନ

0 70

-ଇଣ୍ଡିଆ ଟୁଡେର କୋଭିଡ୍ ପରିଚାଳନା ସର୍ଭେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ କାର୍ଯ୍ୟକୁ ଅନୁସରଣ କରୁଛି ଦେଶ । ଟୋକିଓ ଅଲିମ୍ପିକ୍ସରେ ମହିଳା ଦଳର ଶ୍ରେଷ୍ଠ ଭୂମିକା ପାଇଁ ଏବେ ସମସ୍ତେ ତାଙ୍କର ଶ୍ରେୟକୁ ପ୍ରଶଂସା କରୁଛନ୍ତି । ତାଙ୍କ ଯୋଗୁଁ କ୍ରିକେଟ ମାନିଆ ଭିତରେ ହକି ଆଜି ଉପରକୁ ଉଠିପାରିଛି । ଖାଲି ହକି ନୁହେଁ କୋଭିଡ୍ ପରିଚାଳନା ଠାରୁ ଆରମ୍ଭ କରି ମହିଳା ସଂରକ୍ଷଣ ବିଲ୍ ଆଦି ଅନେକ ପ୍ରସଙ୍ଗରେ ତାଙ୍କୁ ନେଇ ଦେଶର ନେତାମାନେ ଚର୍ଚ୍ଚା କରିଥାନ୍ତି । ଆଜି କୋଭିଡ୍-୧୯ ପରିଚାଳନା ନେଇ ଦେଶରେ ୧ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେ । ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ ସର୍ଭେରେ, ଦେଶରେ କୋଭିଡ୍ ପରି·ଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଏହି ସର୍ଭେରେ ନବୀନଙ୍କ ପରେ ଦେଶରେ ଦ୍ୱିତୀୟରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓ ତାଙ୍କ ପରେ ଅଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସେହିପରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ସ୍ଥାନ ୨ନମ୍ବରରେ ଅଛନ୍ତି । ଏଥିନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ,ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଏହା ବାସ୍ତବରେ ସତ । ଦାରିଦ୍ର୍ୟ ଦୂରୀକରଣ ହେଉ କି ମହିଳା ସଶକ୍ତିକରଣ କିମ୍ବା ବିପର୍ଯ୍ୟୟ ପରିଚାଳନା, ସବୁଥିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ରେକର୍ଡ, ସବୁଥିଲେ ସେ ଶୀର୍ଷରେ । ଏଥିସହିତ ତାଙ୍କର ଦୂରଦୃଷ୍ଟି ଓ ସ୍ୱଚ୍ଛ ଭାବମୂର୍ତ୍ତି ତାଙ୍କୁ ଦେଶର ୧ନଂ ପ୍ରଶାସକ ଆଉ ଆଦର୍ଶ ମୁଖ୍ୟମନ୍ତ୍ରୀ କରିଛି । ତାଙ୍କର ଏମିତି କିଛି ବଡ଼ ବଡ଼ ନିଷ୍ପତ୍ତି ତାଙ୍କୁ ଦେଶର ଜଣେ ବିରଳ ରାଜନେତା ଭାବେ ଗଢ଼ି ତୋଳିଛି । ସେ ଜନକଲ୍ୟାଣକାରୀ ଯୋଜନାରେ ଓଡ଼ିଶାବାସୀଙ୍କ ସମସ୍ୟା ଦୂର କରିବାକୁ ସର୍ବଦା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି । ଓଡ଼ିଶା ଏକ କୃଷିପ୍ରବଣ ରାଜ୍ୟ ହୋଇଥିବାରୁ ନବୀନ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦିଅନ୍ତି । ଏଥିପାଇଁ କାଳିଆ ଓ ବଳରାମ ଯୋଜନାରେ ଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରି ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଖାଲି ଏତିକି ନୁହେଁ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି, ମହିଳାଙ୍କ ପାଇଁ ନିର୍ବାଚନରେ ୩୩% ଆସନ ସଂରକ୍ଷଣ, ମା’ ମାନଙ୍କ ପାଇଁ ମମତା ଯୋଜନା ଭଳି ବଡ଼ ବଡ଼ ନିଷ୍ପତ୍ତି ତାଙ୍କୁ ଆଜି ସାରା ଦେଶରେ ପରିଚିତ କରିପାରିଛି । ଯାହାକୁ ଅନ୍ୟ ରାଜ୍ୟଗୁଡ଼ିକ ଆଦର୍ଶ ଓ ଉଦାହରଣ ଭାବେ ଧରି ନେଇଥାନ୍ତି ।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେ ଆଣିଛନ୍ତି ବଡ଼ ବିପ୍ଳବ । ଏଥିପାଇଁ ସମସ୍ତ ରାସନ୍ କାର୍ଡଧାରୀ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ମାଲକାନାଗିରିରୁ ଆସନ୍ତା ୨୦ ତାରିଖରୁ ଏହି କାର୍ଯ୍ୟର ଶୁଭାରମ୍ଭ ହେବ । ଓଡ଼ିଶାର ବଡ଼ ମେଡିକାଲ ଏସ୍ସିବିକୁ ଏମ୍ସ ପ୍ଲସ୍ରେ ପରିଣତ କରିବା ପାଇଁ ତାଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଏଥିସହିତ ତାଙ୍କ ସରକାରରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସ୍ଥାନ ନାହିଁ । କୌଣସି ବି ସରକାରୀ ଅଧିକାରୀଙ୍କ ଦୁର୍ନୀତିକୁ ସେ ସହଜରେ ଗ୍ରହଣ କରନ୍ତି ନାହିଁ । ତାଙ୍କର ଏଭଳି ଅନେକ ନିଷ୍ପତ୍ତିକୁ କାଗଜ କଲମରେ ଲେଖିବା ସହଜ ନୁହେଁ । ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସେ ନେଇ ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚଳାଇଛନ୍ତି ଯାହାକୁ ସାରା ଦେଶ ମାନିବାକୁ ବାଧ୍ୟ ହେଉଛି ।

Leave A Reply

Your email address will not be published.