ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ

0 66

ନୂଆଦିଲ୍ଲୀ : ପୁଣି ଦିଆଗଲା ଝିଅମାନଙ୍କୁ ପ୍ରାଧାନ୍ୟ । ଏନଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମୀ)ରେ ବାଳିକାମାନଙ୍କ ଶିକ୍ଷାକୁ ଅନୁମୋଦନ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ସେପ୍ଟେମ୍ବରରେ ଏନଡିଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପରେ ଏନଡିଏରେ ଆଡମିଶନ ନିଷ୍ପତ୍ତି ନିଆଯିବ । ଝିଅମାନେ ଏହି ପରୀକ୍ଷାରେ ଭାଗ ନେଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋକୋର୍ଟ । ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଏପର୍ଯ୍ୟନ୍ତ ସାମିଲ କରାଯାଇନଥିଲା । ସେମାନଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ରଖାଯାଇଛି ୟ ଯେଉଁଠାରେ ପୁଅମାନେ କେବଳ ଦ୍ୱାଦଶ ପରେ ଏନ୍ଡିଏରେ ଯୋଗଦେବାକୁ ଅନୁମତି ପାଇଛନ୍ତି ।

ମହିଳା ପ୍ରାର୍ଥୀଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଅନୁମତିର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ କୁହାଯାଇଛି ଯେ ଏହା ଏକ ନୀତିଗତ ନିଷ୍ପତ୍ତି । ଯେଉଁଥିରେ ଜଷ୍ଟିସ ସଞ୍ଜୟ କିଶନ କୌଶଲ ଏବଂ ହ୍ରିକିକେଶ ରୟଙ୍କର ଏକ ବେଞ୍ଚ ଏହି ଶୁଣାଣି କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୫ରେ ହେବାକୁ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷାରେ ଝିଅମାନେ ସାମିଲେ ହେବାକୁ ଅନୁମତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.