ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

0 71

ଭୁବନେଶ୍ୱର : ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଭିଡ୍ ନିୟମ ଅନୁପାଳନରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ମହାପ୍ରଭୁଙ୍କର ରୂପାର ପ୍ରଭା ଓ ବିମାନ ତିଆରି କରିବାକୁ ନିଷ୍ପତ୍ତି ହୋଇଛି । ନୂଆ ପାଲିଙ୍କି ମଧ୍ୟ ତିଆରି କରାଯିବ । ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ମା’ ଭୁବନେଶ୍ୱରୀ, ମା’ପାର୍ବତୀଙ୍କ ପାଇଁ ରୂପାର ପ୍ରଭା ତିଆରି ହେବ । ରୂପା ଓ ଏହାର ନିର୍ମାଣ ଖର୍ଚ୍ଚ ଭୁବନେଶ୍ୱରର ଶିବପ୍ରସାଦ ପଣ୍ଡା ଦେବେ ବୋଲି ଟ୍ରଷ୍ଟ ବୋର୍ଡକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହିତ ପାଲିଙ୍କି ଓ ବିମାନ ନିର୍ମାଣ ଖର୍ଚ୍ଚ ସୋଆ ବିଶ୍ୱବିଦ୍ୟାଳୟ ଗ୍ରହଣ କରିବ ।

ସୂଚନାଯୋଗ୍ୟ ଯେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାର ମାସରେ ଚଉଦ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଅଶୋକାଷ୍ଟମୀକୁ ଛାଡ଼ି ଅନ୍ୟସବୁ ଯାତ୍ରାରେ ପାଲିଙ୍କିର ବ୍ୟବହାର ହୋଇଥାଏ । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଲିଙ୍ଗରାଜ ଟ୍ରଷ୍ଟବୋର୍ଡର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ସମେତ ରାଜଧାନୀର ସମସ୍ତ ମନ୍ଦିର ଖୋଲିଥିଲେ ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିନଥିଲା । ଗର୍ଭଗୃହ ମଧ୍ୟକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା ରହିଛି । ଆଡପ ମଣ୍ଡପରୁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

Leave A Reply

Your email address will not be published.