ଆସନ୍ତା ମାସରୁ ପିଲାଙ୍କୁ ଟିକା!

0 77

ନୂଆଦିଲ୍ଲୀ : ପିଳାମାନଙ୍କ ଉପରେ କୋଭିଡ୍ର ଟିକାର ପରୀକ୍ଷା ଚାଲିଥିବା ବେଳେ ଖୁବ୍ଶୀଘ୍ର ଏହାର ଫଳାଫଳ ମିଳିବ ବୋଲି ଆଶା କରାଯାଉଛି । ଉକ୍ତ ଫଳାଫଳ ଡିସିଜିଆଇଙ୍କ ନିକଟରେ ଦାଖଲ କରାଯିବ । ତେଣୁ ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହାପରେ ଭାରତରେ ଶିଶୁଙ୍କୁ କୋଭିଡ୍ ଟିକା ମିଳିବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦର ପୁନେସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନିର୍ଦ୍ଦେଶକ ପ୍ରିୟ ଆବ୍ରାହାମ୍ କହିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଓଟିପି ଚାନେଲ ଇଣ୍ଡିଆ ସାଇନ୍ସକୁ ଏକ ସାକ୍ଷାତକାର ଦେଇ ଶ୍ରୀ ଆବ୍ରାହାମ୍ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ପାଇଁ ସ୍ୱଦେଶୀ କୋଭିଡ୍ ଟିକା ପାଇବାକୁ ଯାଉଛି ।

ଅନ୍ୟପକ୍ଷରେ କୋଭିଡ୍ -୧୯ ଟିକାକରଣରେ ଐତିହାସିକ ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । ବୁଧବାର ସୁଦ୍ଧା ରାଜ୍ୟରେ ଟିକାରଣ ୨ କୋଟି ପାର୍ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏଥିପାଇଁ ଖୁସି ବ୍ୟକ୍ତ କରିବା ସହ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.