ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ପରଲୋକ

0 67

-କୋବିଡରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ହେଉଥିଲେ ଚିକିତ୍ସିତ

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା । ସେ କୋଭିଡରେ ଆକ୍ରାନ୍ତ ହେବା ପରେ ବେଶ୍ କିଛି ଦିନ ଧରି ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ । ଏ ନେଇ ତାଙ୍କ ପରିବାର ପକ୍ଷୁ ସୂଚନା ଦିଆ ଯାଇଛି ।

କଂଗ୍ରେସର ଜଣେ ଯୁବ ସଂଗଠକ ଭାବେ ତାଙ୍କର ଖୁବ ସୁନାମ ଥିଲା । ସେ କଟକ ଜିଲ୍ଲା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ବିୟୋଗରେ ଅନେକ ମାନ୍ୟଗଣ୍ୟ ଲୋକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.