କାଶୀନଗର ପୂର୍ତ୍ତ ବିଭାଗ ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ଯନ୍ତ୍ରୀଙ୍କୁ ତାଗିଦ

0 76

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସି ମହକୁମାରେ ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ରାସ୍ତା ପ୍ରଶସ୍ତିକରଣ ଏବଂ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଯୁବକମାନେ ତାଗିଦ କରିଥିବା ମଧ୍ୟ ଜଣାଯାଇଛି । ଘଟଣାରୁ ପ୍ରକାଶ, କାଶୀନଗର ସହରର ଫରେଷ୍ଟ ଜଂକ୍‌ସନ୍ ଦେଇ ଯାଇଥିବା ଗୁଣୁପୁର-ପାରଳାଖେମୁଣ୍ଡି ରାସ୍ତାର ପ୍ରଶସ୍ତିକରଣ ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଛି । ପୂର୍ତ୍ତ ବିଭାଗ ଏହି କାମ କରୁଥିବା ବେଳେ କାମ ଆଶାନୁରୂପକ ହୋଇନାହିଁ ବୋଲି ଅଭିଯୋଗ ଆଣି ସ୍ଥାନୀୟ ଯୁବକମାନେ ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ।

ଗତକାଲି ଏନେଇ ଏହି ଯୁବକମାନଙ୍କ ସହ ବିଭାଗୀୟ ଯନ୍ତ୍ରୀ ରାଜାରାଓଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଯୁବକମାନେ ନିମ୍ନମାନର ନିର୍ମାଣ କାର୍ଯ୍ୟ ସ୍ଥାନ ଗୁଡିକୁ ଖୋଳି କାର୍ଯ୍ୟର ମାନ ଯାଞ୍ଚ କରିବା ସହ ଯନ୍ତ୍ରୀ ଓ ଠିକାଦାରଙ୍କୁ ଯୁବକମାନେ ତାଗିଦ କରିଥିଲେ । ପରିଶେଷରେ ବର୍ଷା ଯୋଗୁଁ ଠିକ୍ ଭାବେ କାର୍ଯ୍ୟ ସମ୍ପାଦନ ହୋଇପାରିଲା ନାହିଁ ବୋଲି ଯନ୍ତ୍ରୀ ସ୍ୱୀକାର କରି ପୁନଃ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.