କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେ୍ନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ଆଇଆଇଟି ଗସ୍ତ

0 66

-ଭୁବନେଶ୍ୱର ଆଇଆଇଟିରେ ଋଷିକୁଲ୍ୟା ଛାତ୍ରାବାସର ଉଦଘାଟନ କଲେ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇଆଇଟି ଗସ୍ତ କରି ସେଠାରେ ସେ ଦୁଇଟି ନୂଆ ବିଲ୍ଡିଂର ଉଦଘାଟନ କରିଛନ୍ତି । ସେ ସେଠାରେ ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳି ଲେକଚର ହଲ କମ୍ପେ୍ଲକ୍ସ ଉଦଘାଟନ କରିଛନ୍ତି ।

ଉଲ୍ଲେଖନୀୟ ଯେ ୧୨୬୦ରୁ ଅଧିକ କୋଟି ଟଙ୍କା ବ୍ୟୟରେ ଆଇଆଇଟି କ୍ୟାମ୍ପସ ଭିତ୍ତିଭୂମିର ବିକାଶ କରାଯାଉଛି । ଏହା ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଇଆଇଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.