ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

0 61

-ଓଆଇସି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଂଚର ପଚରା ଉଚରା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଂଚ ପକ୍ଷରୁ ଜାରୀ ରହିଛି । ଆଜି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଏ ସମ୍ପର୍କରେ ପଚରା ଉଚରା କରିଛି କ୍ରାଇମବ୍ରାଂଚ । ପାରଳାଖେମୁଣ୍ଡି ଥାନାରେ କ୍ରାଇମବ୍ରାଂଚ ଟିମ୍ ତାଙ୍କୁ ପଚରା ଉଚରା କରିଛି । ସୌମ୍ୟଙ୍କ ପରିବାର ପକ୍ଷରୁ ଓଆଇସି ମମତାଙ୍କ ନାମରେ ଅଭିଯୋଗ ରହିଥିଲା । ସେହି ଆଧାରରେ କ୍ରାଇମବ୍ରାଂଚ ତାଙ୍କୁ ପଚରାଉଚରା କରିଛି । ପୂର୍ବରୁ ପୋଲିସ ତାଙ୍କୁ ଏ ସମ୍ପର୍କରେ ମଧ୍ୟ ପଚରା ଉଚରା କରିଥିଲା ।

ଏହା ପୂର୍ବରୁ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ, ଫରେଷ୍ଟ ଗାର୍ଡ଼ ଓ ଦୁଇ ଜଣ ଏସିଏଫଙ୍କୁ ଉଚରା କରିଥିଲା କ୍ରାଇମବ୍ରାଂଚ ।

ପ୍ରକାଶ ଥାଉ କି, ଗତ ୧୪ ତାରିଖରେ କ୍ରାଇମବ୍ରାଂଚର ଏକ ଟିମ୍ ସାଇଂଟିଫିକ୍ ଟିମ୍ ସହିତ ସୌମ୍ୟଙ୍କ ସରକାରୀ ବାସଭବନରେ ପହଂଚି ତଦନ୍ତ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ ଜୁଲାଇ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.