ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣି ମନ୍ଦିର ସମେତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

0 64

ଭଦ୍ରକ : ଆସନ୍ତା ୨୩ ତାରିଖରୁ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିର ସମେତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ କୋଭିଡ଼୍ କଟକଣା ମଧ୍ୟରେ ଖୋଲିବ । ସକାଳ ୬ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ଠାକୁର ଦର୍ଶନ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ଯାଇ ଠାକୁର ଦର୍ଶନ କରିପାରିବେ । ତେବେ ମନ୍ଦିର ଭିତରକୁ ଫୁଲ, ଧୂପ, ଦୀପ କିମ୍ବା କୌଣସି ଭୋଗ ସାମଗ୍ରୀ ନେଇପାରିବେ ନାହିଁ ଭକ୍ତ । ସେହିପରି ମନ୍ଦିର ଭିତରେ କୌଣସି ପାଶ୍ୱର୍ ଦେବାଦେବୀଙ୍କୁ ଛୁଇଁ ପାରିବେ ନାହିଁ ଭକ୍ତ ।

Leave A Reply

Your email address will not be published.