ରାଜ୍ୟରେ ଗୋଟିଏ ଦିନରେ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ

0 70

-କରୋନା ସଂକ୍ରମିତଙ୍କ ସଂଖ୍ୟା ଦଶ ଲକ୍ଷ ଟପିଲା
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୦୦୮୪

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୯୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୯୧୭୩ ବୃଦ୍ଧି ପାଇଛି । ୧୮ ବର୍ଷରୁ କମ ୧୧୬ ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୯୮୩୨୪୫ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ସଂଖ୍ୟା ୯୪୯୭ ରହିଛି ।

ଆଜି ଚିହ୍ନଟ ହୋଇଥିବା ୯୧୧ ଜଣଙ୍କ ମଧ୍ୟରୁ ୫୩୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୮୦ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୭ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୩୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଅନୁଗୋଳ ଜିଲ୍ଲାରୁ ୨୩, ବାଲେଶ୍ୱରରୁ ୫୧, ବରଗଡ଼ରୁ ୭, ଭଦ୍ରକ୍ ରୁ ୧୨, ବଲାଙ୍ଗୀରରୁ ୫ ଜଣ ସଂକ୍ରମିତ ହୋଇଥିବା ବେଳେ , ବୌଦ୍ଧରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।

ସେହିପରି କଟକରୁ ୮୮, ଦେବଗଡରୁ ୧୦ ଢେଙ୍କାନାଳରୁ ୧୬, ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଜପତିଜିଲ୍ଲାରୁ ୬, ଗଞ୍ଜାମରୁ ୪ ଜଗତସିଂହପୁରରୁ ୨୪, ଯାଜପୁରରୁ ୪୯, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୧, କେନ୍ଦୁଝରରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ୩୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମାଲକାନାଗିରିରୁ ୭, ମୟୁରଭଞ୍ଜରୁ ୩୮ ଜଣ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ନୟାଗଡରୁ ୧୯ , ନୂଆପଡାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ପୁରୀରୁ ୩୦, ରାୟଗଡାରୁ ୭, ସମ୍ବଲପୁରରୁ ୧୩, ସୂବର୍ଣ୍ଣପୁରରୁ ୩, ସୁନ୍ଦରଗଡରୁ ୮ ଓ ଷ୍ଟେଟପୁଲରୁ ୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.