କିଶୋରଙ୍କ ପାଇଁ ସିଙ୍ଗଲ୍ ଡୋଜ୍ ଟିକା

0 69

ନୂଆଦିଲ୍ଲୀ : ୧୨ରୁ ୧୭ ବର୍ଷ ବୟସ୍କଙ୍କ ଲାଗି ଉପଲବ୍ଧ ହୋଇପାରେ ସିଙ୍ଗଲ ଡୋଜ ଭ୍ୟାକ୍ସିନ୍ । ଏନେଇ କ୍ଲିନିକାଲ ଟ୍ରାଏଲ ଲାଗି ଭାରତ ସରକାରଙ୍କଠାରୁ ଅନୁମତି ମାଗିଛି ଜନସନ୍ ଆଣ୍ଡ ଜନସନ୍ । ଯଦି ସରକାରଙ୍କ ପକ୍ଷରୁ ଏଥିଲାଗି ଅନୁମତି ମିଳିବ ତେବେ ଦେଶରେ ଖୁବ୍ଶୀଘ୍ର ୧୨ରୁ ୧୭ ବର୍ଷ ବୟସ୍କଙ୍କୁ ସିଙ୍ଗଲ୍ ଡୋଜ୍ ଟିକା ମିଳିବ । ଆମେରିକାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ପକ୍ଷରୁ ଭାରତ ସରକାରଙ୍କ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସ୍ସିଓଙ୍କଠାରେ ଆବେଦନ କରାଯାଇଛି । ଫେଜ୍-୩ ଟ୍ରାଏଲରେ ଜନସନ୍ ଟିକା କୋଭିଡର ମୁକାବିଲାରେ ୮୫ ପ୍ରତିଶତ ସଫଳ ହୋଇଥିବା ପ୍ରମାଣିତ ହୋଇଛି । ଗତ ଅଗଷ୍ଟ ୭ ତାରିଖରେ ଭାରତରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଲାଗି ଜନସନ୍ ଟିକାକୁ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦିଆଯାଇଥିଲା । ସରକାର ଯଦି
ଜନସନ୍କୁ ଅନୁମତି ଦିଅନ୍ତି, ତେବେ ଦେଶରେ ଟିକାକରଣ କାର୍ଯ୍ୟ ଯଥେଷ୍ଟ ଆଗେଇବ ବୋଲି ଜଣାଯାଇଛି ।

Leave A Reply

Your email address will not be published.