ପଞ୍ଚାୟତ ନିର୍ବଚାନ ପାଇଁ ନୂଆ ନିୟମ : ବୁଥ୍ ରେ ନୁହେଁ, ବ୍ଲକ୍ ରେ ଭୋଟ ଗଣତି !

0 78

ଭୁବନେଶ୍ୱର : ବୁଥ୍ ରେ ନୁହେଁ ବ୍ଲକ୍ ରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ଭୋଟ ଗ୍ରହଣ ପରେ ଭୋଟ୍ ବାକ୍ସ ସିଲ କରି ବ୍ଲକ୍ ରେ ରହିବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ଗଣତି ହେବ । ପଞ୍ଚାୟତିରାଜ ବିଭାଗ କାଉଣ୍ଟିଂ ନେଇ ନୂଆ ନିୟମ ଆଣିବାକୁ ଯାଉଛି । ଏଥିପାଇଁ ଏକ ଡ୍ରାଫଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି । ୧୫ ଦିନ ଭିତରେ ଆପତ୍ତି ଓ ଅଭିଯୋଗ ପରେ ଚୂଡାନ୍ତ ଗେଜେଟ ନୋଟିଫିକେସନ ପ୍ରକାଶ ପାଇବ । ଓଡ଼ିଶା ଗ୍ରାମ ପଞ୍ଚାୟତ
ଇଲେକସନ ସଂଶୋଧନ ରୁଲ ୨୦୨୧ ଅନୁସାରେ ଭୋଟ୍ ଗ୍ରହଣ ଦିନ ହେବନି କାଉଣ୍ଟିଂ । ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ ଅଫିସର, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲଟ ବକ୍ସ ଓ ଅନ୍ୟାନ୍ୟ ପେପର ସିଲ୍ କରିବେ । ତା’ପରେ ତାକୁ ଇଲେକ୍ସନ ଅଫିସରଙ୍କ ପାଖକୁ ପଠାଯିବ ।

ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟିଂ ହେବ । ଏହାକୁ ସେଣ୍ଟ୍ରାଲ୍ କାଉଣ୍ଟିଂ କୁହାଯିବ । ପ୍ରାର୍ଥୀ ଓ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଧାର୍ଯ୍ୟ ତାରିଖରେ ଗଣତି ହେବ । ପୂର୍ବରୁ କିନ୍ତୁ ଏହି ବ୍ୟବସ୍ଥା ନଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଦିନ ଭୋଟଗ୍ରହଣ ହୋଇଥିଲା ସେଦିନ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦରେ କିଏ ଜିତିଛି ଓ କିଏ ହାରିଛି ତାହା ଜଣାପଡିଯାଉଥିଲା । ଏବେ କିନ୍ତୁ ତାହା ହେବ ନାହିଁ । ହେଲେ ଏଥିପାଇଁ ଏଥର ଅଧିକ ବାଲଟ ବକ୍ସ ଆବଶ୍ୟକ ପଡ଼ିବ । ତେଣୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଧିକ ବାଲଟ ବକ୍ସ ବଢାଇବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହଯାଇଛି ।

Leave A Reply

Your email address will not be published.