ବିରଳ ବ୍ରହ୍ମ କମଳ ଫୁଲ ଦେଖିବାକୁ ଭିଡ଼

0 73

ସାଲେପୁର : ବ୍ରହ୍ମ କମଳ ଏକ ବିରଳ ଫୁଲ, ଯାହା ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟି ବୋଲି ପୌରାଣିକ ମତ ଅନୁସାରେ ଉଲ୍ଲେଖ ଅଛି । ରାତିରେ ଏହି ଫୁଲ ଫୁଟି ଦିନରେ ମଉଳି ଯାଏ । ଏହି ଧଳା ରଙ୍ଗର ଫୁଲଟି ପ୍ରଭୁ ନାରାୟଣଙ୍କ ଭାରି ପ୍ରିୟ । ତେଣୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଫୁଲ ଅର୍ପଣ କରାଯାଏ । ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଚନ୍ଦ୍ରାଦେଇପୂର୍ ପଂଚାୟତ ଥାନା ରୋଡରେ ରହୁଥିବା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ବଗିଚାରେ । ପ୍ରାୟ ଦୁଇ ବର୍ଷ ହେବ ଶ୍ରୀ ବେହେରା ଏହି ଫୁଲ ଗଛଟିକୁ ବେସ ଯତ୍ନ ସହକାରେ ରଖିଥିଲେ । ସେହି ଗଛରେ ଦୁଇଟି ଫୁଲ ଫୁଟି ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଫୁଲଟିକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅର୍ପଣ କରିଥିଲେ । ଏହି ବିରଳ ବ୍ରହ୍ମ କମଳ ଫୁଲ ଶ୍ରୀ ବେହେରାଙ୍କ ବଗିଚାରେ ଫୁଟି ଥିବା ଦୃଶ୍ୟ ଦେଖି ସ୍ଥାନୀୟ ଜନସାଧାରଣଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.