ପୌରପରିଷଦ କଲ୍ୟାଣ ମଣ୍ଡପ ସାମ୍ନା ରାସ୍ତାରେ ଭୋଜି ଖାଇବା ସ୍ଥାନ ଭାଗ କରିବା ଲୋକଙ୍କୁ ହେଉଛି ଅପସନ୍ଦ

0 67

ଟିଟିଲାଗଡ଼ : ଟିଟିଲାଗଡ଼ ପୌରପରିଷଦର କଲ୍ୟାଣ ମଣ୍ଡପର ମରାମତି ତଥା ସୌନ୍ଦର୍ଯ୍ୟ କରଣ କାମ ଚାଲିଛି । ଏହି କଲ୍ୟାଣ ମଣ୍ଡପ ଉପରେ ସହରର ବିଭିନ୍ନ ଲୋକ ନିର୍ଭର କରିଥାନ୍ତି । ଏଠାରେ ସଭା, ପ୍ରତିଯୋଗିତା ଠାରୁ ଆରମ୍ଭ କରି ବିବାହ, ବ୍ରତ, ଦଶାହ ଭୋଜି ପାଇଁ ବହୁତ ଲୋକ ଭଡ଼ାରେ ନେଇଥାନ୍ତି । ଭିତର ମଣ୍ଡପରେ ସବୁ କାର୍ଯ୍ୟକ୍ରମ ହେଉଥିବା ବେଳେ ସାମ୍ନା ପଟେ ଭୋଜି ବ୍ୟବସ୍ଥା କରାଯାଇଥାଏ । କଲ୍ୟାଣ ମଣ୍ଡପର ଅନ୍ୟ କୌଣସି ପଟେ ଲୋକଙ୍କୁ ଭୋଜି ଦେବା ପାଇଁ ବ୍ୟବସ୍ଥା ନ ଥିବା ବେଳେ ସାମ୍ନା ପଟରେ ହିଁ ଭୋଜି ଦେବା ବ୍ୟବସ୍ଥା ଏବଂ ସ୍ଥାନ ରହିଛି । ଏବେ ସେହି ସାମ୍ନା ପଟ ସ୍ଥାନକୁ ଛୋଟ ପାଚେରୀ ବା ବ।ଡ ଉଠା ଯାଉଚି, ଯଦ୍ୱାରା ସ୍ଥାନ ସଙ୍କୁଚିତ ହୋଇଯାଉଛି । ଆଉ ଗୋଟେ କଥା ହେଲା ଯେଉଁ ଛୋଟ ବାଡ ଭାଗ କରିବାକୁ ଦିଆଯାଇଛି, ଲୋକଙ୍କ ଭିଡ଼ ହେଲେ ଭାଙ୍ଗିବା ସୁନିଶ୍ଚିତ । ସେଥିପାଇଁ ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଯେପରି ସରକାରଙ୍କ ଅର୍ଥ ନଷ୍ଟ ନ ହେଉ ସେ ଦିଗରେ କାର୍ଯ୍ୟ କଲେ ଭଲ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.