ମାଛ ଧରିବାକୁ ଯାଇ ଡଙ୍କରାଇ ଡ୍ୟାମରେ ବୁଡି ଯୁବକ ନିଖୋଜ

0 77

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ଅନ୍ତର୍ଗତ ଆମ୍ବପଦର ଗ୍ରାମର ମଙ୍ଗଳା ଖେମୁଡୁଙ୍କ ପୁଅ ନୀଳ ଖେମୁଡୁ (୩୫) ଶୁକ୍ରବାର ଦିନ ୩ ଟା ବେଳେ ଡଙ୍କରାଇ ଡ୍ୟାମକୁ ମାଛ ଧରିବାକୁ ଯାଇ ପାଣିରେ ବୁଡି ଯାଇଥିଲା । ଏ ସମ୍ପର୍କରେ ଶନିବାର ତେଲେରାଇ ସରପଞ୍ଚ କାଲିମେଳା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ମାନେ ସାଙ୍ଗରେ ବୋଟ ଧରି ବାହାରିଥିଲେ । ହେଲେ ପାହାଡିଆ ରାସ୍ତା ଓ ବର୍ଷା ଯୋଗୁଁ ଗାଡି ଆଗକୁ ଯାଇ ନପାରିବାରୁ କର୍ମଚାରୀ ମାନେ ଅଧବାଟରେ ଗାଡି ରଖି ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଯାଇ ଡଙ୍କରାଇ ଡ୍ୟାମ ନିକଟରେ ପହଞ୍ଚି ଥିଲେ । ପରେ ଦେଶୀ ଡ଼ଙ୍ଗା ସାହାଯ୍ୟରେ ଜଳ ଭଣ୍ଡାରରେ ବହୁ ସମୟ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ଯୁବକର କୋଣସି ସନ୍ଧାନ ପାଇନଥିଲେ ।

Leave A Reply

Your email address will not be published.