୨୪ ଘଂଟାରେ ଦେଶରେ ୩୦,୯୪୮ କରୋନା ପଜିଟିଭ୍

0 86

ନୂଆଦିଲ୍ଲୀ : ଗତ ୨୪ଘଂଟା ମଧ୍ୟରେ ଭାରତରେ ୩୦,୯୪୮ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାର ୧.୦୯ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ କମ୍ । ଅପରପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୫୮.୧୪କୋଟିରୁ ଅଧିକ ଟିକା ଦିଆଯାଇସାରିଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତରେ ବର୍ତମାନ ୩,୫୩,୩୯୮ ସକ୍ରିୟ ରୋଗୀ ଅଛନ୍ତି, ଯାହା ୧୫୨ ଦିନରେ ସବୁଠାରୁ କମ୍ । ଆରୋଗ୍ୟହାର ବୃଦ୍ଧି ଘଟି ୯୭.୫୭ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ । ଦେଶରେ ବର୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୧୬,୩୬,୪୬୯ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ଘଂଟା ମଧ୍ୟରେ ୩୮,୪୮୭ ରୋଗୀ ସୁସ୍ଥ ହୋଇଛନ୍ତି, ଗତ ୫୮ ଦିନରେ ୩ ପ୍ରତିଶତରୁ କମ୍ ରହିଛି । ଦୈନିକ ପଜିଟିଭିଟି ହାର ୧.୯୫ ପ୍ରତିଶତ ରହିଛି, ଏହା ଗତ ୨୭ଦିନରେ ୩ ପ୍ରତିଶତରୁ କମ୍ । ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି – ବର୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୦.୬୨ କୋଟି ପରୀକ୍ଷଣ କରାଯାଇସାରିଛି ।

Leave A Reply

Your email address will not be published.