ମାଲକାନଗିରିରେ ବହୁ ନେତା କିନ୍ତୁ ଲୋକଙ୍କ ମନ କିଣିଲେ ଛାତ୍ର ନେତା

0 62

ମାଲକାନଗିରି : ମାଲକାନଗିରି ଜିଲ୍ଲାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ତାଙ୍କର ମନ୍ତ୍ରୀ ମଣ୍ଡଳର ଅନେକ ମନ୍ତ୍ରୀ ଓ ନେତା ମାଲକାନଗିରି ଗ୍ରସ୍ତରେ ଆସି ବିଭିନ୍ନ ଗାଁ ଓ ଲୋକଙ୍କ ପାଖକୁ ଯାଇ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇବା ଓ ନବୀନ ବାବୁଙ୍କ ବିକାଶ ର କଥା ଅବଗତ କରାଇବା ମଧ୍ୟରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଯୁଗ୍ମ ସମ୍ପାଦକ ରାଜେଶ କୁମାର ମହାରଣା ଲୋକଙ୍କ ମନ ଜିତି ପ୍ରିୟ ପାତ୍ର ହୋଇପାରିଛନ୍ତି । ନବୀନ ବାବୁଙ୍କ ନିର୍ଦ୍ଧେଶ କ୍ରମେ ବିଭିନ୍ନ ଗାଁ ବୁଲି ଲୋକଙ୍କ ଦୁଃଖ ବୁଝିବା ପରେ ସେମାନଙ୍କ ଗ୍ରାମକୁ ରାସ୍ତା ଘାଟ ପିଇବା ପାଣି ଓ ଅନ୍ୟାନ୍ୟ ସୁବିଧା କିପରି ସେମାନଙ୍କ ପାଖରେ ପହଞ୍ଚିବ ଓ ସ୍ମାର୍ଟ ହେଲଥ କାର୍ଡ ର ଉପକାରୀତା ଓ ତାହାର ଲାଭ କିପରି ଉଠାଇ ପାରିବେ ତାହା ବିଷୟରେ ବୁଝାଇଥିଲେ ସେନେଇ ସେମାନଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.