ଆଜିଠୁ ସମସ୍ତଙ୍କ ପାଇଁ ଜଗାଦ୍ୱାର ଖୋଲା

0 49

ପୁରୀ : ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାରଠାରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ସର୍ବସାଧାରଣ । ରାଜ୍ୟ ଏବଂ ରାଜ୍ୟ ବାହାର ଭକ୍ତମାନେ କୋଭିଡ୍ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ଡବଲ୍ଡୋଜ ରିପୋର୍ଟ ଦେଖାଇ ଦର୍ଶନ କରୁଛନ୍ତି । ପ୍ରଥମେ ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ କରି ପାରିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା । ସ୍ୱତନ୍ତ୍ର ଏସ୍ଓପି ଅନୁଯାୟୀ କୋଭିଡ୍ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତି କରାଯାଇଛି । ୪ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସର୍ସାଧାରଣ ଭକ୍ତ । କୋଭିଡ୍ କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହୋଇଥିବା ରାଜ୍ୟ ଏବଂ ରାଜ୍ୟ ବାହାରର ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ଏସଓପି ଓ କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ ଚାଲିଛି । ରାଜ୍ୟ ଏବଂ ରାଜ୍ୟ ବାହାରର ଭକ୍ତମାନେ ସର୍ବାଧିକ ଚାରିଦିନ ପୂର୍ବର କୋଭିଡ୍ ଆରଟିପିସିଆର ନେଗେଟିଭ୍ କିମ୍ବା କୋଭିଡ ଡବଲଡୋଜ୍ ସାର୍ଟିଫିକେଟ ଆଣି ଦର୍ଶନ କରିପାରିବେ ।

ଏହାଛଡା ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ହୋଇଥିବା ସ୍ୱତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ୱାରକୁ ଆସିବା ପରେ ଭକ୍ତମାନଙ୍କର ଫଟୋ ଉଠିବା ସହ ହାତକୁ ସାନିଟାଇଜ୍ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଦୀର୍ଘ ୪ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ହେବାକୁ ଥିବାରୁ ଭକ୍ତମାନେ ବେଶ୍ ଉତ୍ସାହିତ । ପ୍ରସ୍ତୁତ ହୋଇଥିବା ଏସ୍ଓପି ଅନୁଯାୟୀ ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ । ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ଉପରେ କଟକଣା ଥିବାବେଳେ ଭକ୍ତମାନେ ପାର୍ସଲ ନେଇପାରିବେ । ଗୁଟ୍ଖା କିମ୍ବା ପାନ ଖାଇବା ଉପରେ ମଧ୍ୟ କଟକଣା ରହିଛି । ସିଂହଦ୍ୱାରରେ ପ୍ରବେଶ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ଏସ୍ପି କହିଛନ୍ତି । ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି ପ୍ରଶାସନ । ଶୃଙ୍ଖଳିତ ଓ ସୁରକ୍ଷା ବ୍ୟବସ୍ଥା ସହ ଦର୍ଶନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି।

Leave A Reply

Your email address will not be published.