ରାଜଧାନୀରେ ଖୋଲିଲା ଧର୍ମାନୁଷ୍ଠାନ

0 52

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ଧର୍ମାନୁଷ୍ଠାନ । ମହାମାରୀ କରୋନା ଯୋଗୁଁ ଭୁବନେଶ୍ୱରରେ ପ୍ରାୟ ୩ ମାସ ଧରି ସବୁ ମନ୍ଦିର ଏବଂ ଅନ୍ୟ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ନିୟମ କୋହଳ ହେବା ପରେ ପର୍ଯ୍ୟାୟକ୍ରମେ ମନ୍ଦିର ଖୋଲିଛି । କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରିବାକୁ ଅନୁମତି ରହିଛି ।

ସୂଚନା ଯେ ସଂକ୍ରମଣ ସ୍ଥିର ରହିବା ପରେ ସୋମବାରଠୁ ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଥିଲା ବିଏମସି । ତେବେ ମନ୍ଦିର ଖୋଲିଥିବା ବେଳେ କୋଭିଡ ନିୟମକୁ ମଧ୍ୟ କଡାକଡି କରାଯାଇଛି । ମନ୍ଦିରରେ ଏକାଥରେ ୨୫ ଜଣ ଭକ୍ତଙ୍କୁ ପ୍ରବେଶ କରିପାରିବେ । ବରିଷ୍ଠ ନାଗରିକ, ଛୋଟ ଶିଶୁ, ଗର୍ଭବତୀ ମହିଳାଙ୍କୁ ମନ୍ଦିରକୁ ନ ଆଶିବାକୁ ପରାମର୍ଶ ଦିଆଯିଛି । ସବୁ ଧର୍ମାନୁଷ୍ଠାନ ପ୍ରବେଶ ପଥରେ ସାନିଟାଇଜ୍ ର ରଖିବା ପାଇଁ ନିର୍ଦ୍ଦେଶ ରହିଛି । ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ଦେଇଛି ବିଏମ୍ ସି । ସେପଟେ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତି ଅନୁସାରେ ସେପ୍ଟେମ୍ବର ମାସ ୧ ତାରିଖରେ ମନ୍ଦିର ଖୋଲିବ ।

Leave A Reply

Your email address will not be published.