ସତର୍କ କଲା ନୀତି ଆୟୋଗ : ସେପ୍ଟେମ୍ବରରେ ଦୈନିକ ୪ ଲକ୍ଷ ସଂକ୍ରମଣ

0 68

ନୂଆଦିଲ୍ଲୀ : ସେପ୍ଟେମ୍ବରରେ ଆସିବ କରୋନା ସଂକ୍ରମଣର ତୃତୀୟ ପ୍ରବାହ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଛୁଇଁବ । ସେତେବେଳେ ଅତିକମ୍ ରେ ଦୁଇ ଲକ୍ଷ ଆଇସିୟୁ ବେଡର ଆବଶ୍ୟକତା ପଡିବ ବୋଲି କହିଛନ୍ତି ନୀତି ଆୟୋଗ । ନୀତି ଆୟୋଗ ସଦସ୍ୟ ବି.କେ.ପଲ୍ କିଛି ଦିନ ତଳେ କରୋନା ସଂକ୍ରମଣର ତୃତୀୟ ପ୍ରବାହର ମୁକାବିଲା ପାଇଁ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ । ଯେଉଁଥିରେ କୁହାଯାଇଥିଲା ଯେ, ଭବିଷ୍ୟତରେ ୧୦୦ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ ଆଇସିୟୁକୁ ଯିବାର ଆଶଙ୍କା ରହିଛି ।

ସୂଚନାନୁସାରେ ଏହା ପୂର୍ବରୁ ନୀତି ଆୟୋଗ ସେପ୍ଟେମ୍ବର ୨୦୨୦ରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହର ବାବଦରେ ସଠିକ ଅନୁମାନ କରାଯାଇଥିଲା । ତେବେ ବର୍ତ୍ତମାନ ନୀତି ଆୟୋଗ ଯେଉଁ ଭବିଷ୍ୟବାଣୀ କରିଛି ତାହା ଗତ ବର୍ଷଠାରୁ ଅଧିକ । ସେତେବେଳେ ନୀତି ଆୟୋଗ ୨୦ ପ୍ରତିଶତ ରୋଗୀ ଆଇସିୟୁ ବେଡ୍ ଆବଶ୍ୟକ କରିବେ ବୋଲି କହିଥିଲେ । ଏଥର କିନ୍ତୁ ୨୩ ପ୍ରତିଶତ ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା କରିବାକୁ କହିଛନ୍ତି ନୀତି ଆୟୋଗ । କୋଭିଡ୍-୧୯ର ଦ୍ୱିତୀୟ ପ୍ରବାହ ପରେ ହସ୍ପିଟାଲରେ ବେଡକୁ ଅଲଗା ସ୍ତରରେ ନିର୍ଦ୍ଧାରିତ କରିବାକୁ ଅପ୍ରେଲ-ଜୁନ୍ ରେ ଦେଖାଯାଇଥିବା ଟ୍ରେଣ୍ଡକୁ ଦେଖି କୁହାଯାଇଥିଲା । ଜୁନ ୧ ତାରିଖରେ ଦେଶରେ ଯେତେବେଳେ ସକ୍ରିୟ ମାମଲାର ସଂଖ୍ୟା ୧୮ ଲକ୍ଷ ଥିଲା ସେତେବେଳେ ୨୧.୭୪ ପ୍ରତିଶତ କେସରେ ଆଇସିୟୁର ଆବଶ୍ୟକତା ପଡିଥିଲା । ନୀତି ଆୟୋଗ ଅନୁସାରେ ଆହୁରି ମଧ୍ୟ ଖରାପ ସ୍ଥିତି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ଆୟୋଗ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ରୁ ୫ ଲକ୍ଷ ହେବ ବୋଲି ଆଶଙ୍କା କରୁଛନ୍ତି । ଏହାସହିତ ଆସନ୍ତା ମାସ ସୁଦ୍ଧା ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି ।

Leave A Reply

Your email address will not be published.