ପାରଳା ଶିଶୁ ବିଦ୍ୟା ମନ୍ଦିର ତରଫରୁ ପ୍ରକୃତି ବନ୍ଧନ କାର୍ଯ୍ୟକ୍ରମ ସହ ରକ୍ଷା ବନ୍ଧନ ପାଳିତ

0 72

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରକ୍ଷାବନ୍ଧନ ସହ ପ୍ରକୃତି ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବିଦ୍ୟାଳୟ ପରିସରରେ ଅବସର ପ୍ରାପ୍ତ ସେନା କର୍ମଚାରୀ ପ୍ରକୃତି ପ୍ରେମୀ ମନୋଜ କୁମାର ଦାସ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ କର କମଳରେ ବୃକ୍ଷ ରୋପଣ କରାଯାଇଥିଲା । ଏହାପରେ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଥିବା ସମସ୍ତ ବୃକ୍ଷ ଗୁଡିକୁ ଫୁଲ, ଚନ୍ଦନ, ସିନ୍ଦୁର, ଅକ୍ଷତ, ଦୀପ ଦେଇ ପୂଜା କରିଥିଲେ । ନିଜ ହାତରେ ତିଆରି କରିଥିବା ରକ୍ଷା ସୂତ୍ର ରାକ୍ଷୀ ବୃକ୍ଷ ଗୁଡିକୁ ବାନ୍ଧି ଥିଲେ । ବିଦ୍ୟାଳୟ ତରଫରୁ ଆର୍‌.ସୀତାପୁର ସ୍ଥିତ ଜଗନ୍ନାଥ ନିକେତନ ଅନାଥ ଆଶ୍ରମ ଠାରେ ବୃକ୍ଷ ରୋପଣ କରିବା ସହ ସେଠାରେ ରହୁଥିବା ଅନ୍ତେବାସୀମାନଙ୍କୁ ରକ୍ଷୀ ବନ୍ଧନ କରିବା ସହ ମିଷ୍ଠାନ୍ନ କଲମ ଓ ଖାତା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଶିଶୁ ମନ୍ଦିର ତରଫରୁ ଗଜପତି ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ରକ୍ଷା ବନ୍ଧନରେ ଡୋରି ବନ୍ଧା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଦାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.