ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ଖଡ଼ିଆଳ ବିଧାୟକ

0 53

ନୂଆପଡା : କେନ୍ଦ୍ର ରେଳ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗୀର ଗସ୍ତ ଅବସରରେ ତାଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ବିଶେଷ କରି କଣ୍ଟାବାଞ୍ଜିରୁ ଜୟପୁର ଭାୟା ଖଡ଼ିଆଳ, ଡୁଆଝର, କିରିକିଟା, ସିନାପାଲି, ଗୋଲାମୁଣ୍ଡା ରେଳପଥ ଶୀଘ୍ର ଆରମ୍ଭ କରିବାକୁ ସେ ଦାବି କରିଥିଲେ । ରେଳମନ୍ତ୍ରୀ ମଧ୍ୟ ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀଙ୍କ ସହ ଶ୍ରୀଯୁକ୍ତ ପାଣିଗ୍ରାହୀ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ରେଳରେ ଯାତ୍ରା ମଧ୍ୟ କରିଥିଲେ।

Leave A Reply

Your email address will not be published.