ପାରଳାରେ ଗମ୍ମା ପୂର୍ଣ୍ଣିମା ପର୍ବରେ ଗମ୍ମାଡିଆଁ

0 66

ପାରଳାଖେମୁଣ୍ଡି : ବଡ ଠାକୁର ବଳଦେବଙ୍କ ଜନ୍ମଦିନକୁ ପାରଳାଖେମୁଣ୍ଡି ଅଞ୍ଚଳରେ ବହୁ ପୁରାତନ କାଳରୁ ଏକ ନିଆରା ଢଙ୍ଗରେ ଉତ୍ସବ ପାଳନ କରାଯାଏ । ପବିତ୍ର ଏହି ଜନ୍ମଦିନକୁ ଲୋକେ ଗହ୍ମାପୂର୍ଣ୍ଣିମା ଭାବେ ପାରଳାଖେମୁଣ୍ଡି ସହର ସମେତ ଆଖପାଖର ସମସ୍ତ ପୁରପଲ୍ଲୀରେ ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରାଯାଇ ଗମ୍ମା ଡିଆଁ ପର୍ବ ମଧ୍ୟ ପାଳନ କରାଯାଉଛି । ପୂର୍ବବର୍ଷ ସମ୍ପୂର୍ଣ୍ଣ କରୋନା କଟକଣା ଯୋଗୁଁ ଗମ୍ମାପୂର୍ଣ୍ଣିମା ଓ ଗମ୍ମାଡିଆଁ ପାଳନ ହୋଇ ନ ଥିବା ବେଳେ ଚଳିତ ବର୍ଷ କରୋନା କଟକଣା କହୋଳ ହୋଇଥିବା ଯୋଗୁଁ କଟକଣାକୁ ଗୁରୁତ୍ୱ ଦେଇ ଗମ୍ମାପୂର୍ଣ୍ଣିମା ଓ ଗମ୍ମା ଡିଆଁ ପର୍ବ ପାରଳା ସହରର ଠାରୁ ସମସ୍ତ ପୁରପଲ୍ଲୀରେ ଗତକାଲି ଠାରୁ ଆରମ୍ଭ ହୋଇଛି ।

ଏହି ଗମ୍ମାଡିଆଁ ପର୍ବ ଗତକାଲି ଠାରୁ ୩ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ପାରଳାଖେମୁଣ୍ଡି ସହରର ଗୁଣ୍ଡିଚାମନ୍ଦିର ନିକଟ, ସୁବାଷ ନଗର, ହାଟପଦା ସହ ସହରର କେତେକ ଅଞ୍ଚଳ ଏବଂ ପୁରପଲ୍ଲୀରେ ଗମ୍ମାପୂର୍ଣ୍ଣିମା ପାଳନରେ ଏହି ଗମ୍ମା ଡିଆଁ ପର୍ବ ଅନୁଷ୍ଠିତ ହୋଇଛି । ଗମ୍ମାପୂର୍ଣ୍ଣିମାର ୪ଦିନ ପୂର୍ବରୁ ଅଞ୍ଚଳର ଯୁବକ ମାନେ ମାଟି ଚକଟା ଗଦା କରି ଗମ୍ମା ତିଆରି କରିଥାନ୍ତି । ଗମ୍ମାଡିଆଁ ପୂର୍ବରୁ ଗହ୍ମାରେ ମାଟି ଯୁକ୍ତ ଘାସର ଚକି ଆଣି ଗମ୍ମା ଉପରେ ପକାଇ ଉଚ୍ଚତା କରିଥାନ୍ତି । ଯଦ୍ୱାରାକି ଗମ୍ମାଡିଆଁ ବେଳେ କୌଣସିଙ୍କ ଗୋଡ ଯେପରି ନଖସେ ସେପରି ଭାବେ ଗମ୍ମାକୁ ସଜାଇଥାନ୍ତି । ଗମ୍ମା ଡିଆଁରେ ଯେଉଁମାନେ କୃତକାର୍ଯ୍ୟ ହୋଇଥାନ୍ତି ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଏ । ଏହି ଗମ୍ମା ଡିଆଁ ଦେଖିବା ପାଇଁ ସହର ଠାରୁ ପଲ୍ଲି ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ଲୋକେ ଅତ୍ୟନ୍ତ ଆନନ୍ଦରେ ସମାଗମ ହୋଇଥାନ୍ତି ।

Leave A Reply

Your email address will not be published.