ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ବାବା ଆଖଣ୍ଡଳମଣି ମନ୍ଦିର ସମେତ ଜିଲ୍ଲାର ଅନ୍ୟାନ୍ୟ ମନ୍ଦିର

0 68

ଭଦ୍ରକ : ଭକ୍ତଙ୍କ ଦର୍ଶନ ପାଇଁ ଆଜିଠୁ ଖୋଲିଛି ଭଦ୍ରକ ଜିଲ୍ଲାର ଆରଡ଼ି ସ୍ଥିତ ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିର ସମେତ ଜିଲ୍ଲାର ଅନ୍ୟାନ୍ୟ ମନ୍ଦିର । ସକାଳ ୬ଟା ଠାରୁ ଦର୍ଶନ ଆରମ୍ଭ ହୋଇଛି । ରାତି ୮ଟା ପର୍ଯ୍ୟନ୍ତ ଭକ୍ତଙ୍କ ନିମନ୍ତେ ଦର୍ଶନର ବ୍ୟବସ୍ଥା ରହିଛି । ଶ୍ରଦ୍ଧାଳୁ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ଯାଇ ଠାକୁର ଦର୍ଶନ କରୁଛନ୍ତି । ତେବେ ମନ୍ଦିର ଭିତରକୁ ଫୁଲ, ଧୂପ, ଦୀପ କିମ୍ବା କୌଣସି ଭୋଗ ସାମଗ୍ରୀ ନେବା ଉପରେ କଟକଣା ରହିଛି ।

ପ୍ରକାଶ ଥାଉ କି, ଗତକାଲି ଉପଜିଲ୍ଲାପାଳ ପୀତାମ୍ବର ସାମଲ ଆଖଣ୍ଡଳମଣି ପୀଠକୁ ଯାଇ ସମସ୍ତ ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିଥିଲେ । କୋଭିଡ଼୍ କଟକଣାକୁ ମାନି କିଭଳି ଭକ୍ତ ମାନେ ମନ୍ଦିର ପ୍ରବେଶ କରିବେ ଏବଂ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେନେଇ ସେ ସେବାୟତ ଓ ମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ ।

ସେହିପରି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଭଦ୍ରକାଳୀ ମନ୍ଦିର ସହ ଖୋଲିଛି ଜିଲ୍ଲାର ଅନ୍ୟାନ୍ୟ ମନ୍ଦିର ।

Leave A Reply

Your email address will not be published.